Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଆସିଲା ଠକେଇ ଅଭିଯୋଗ, ତଦନ୍ତ କରୁଛି ପୋଲିସ : ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ନେତା

17/11/2020 at 7:02 PM

ଗାନ୍ଧୀନଗର ୧୭/୧୧ : ସୁରତ ସିଟି ବିଜେପି ଉପ-ସଭାପତି ପି. ଭି. ଏସ୍. ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ନଭସାରୀରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ କହିଛି । ତେବେ ୫୭ ବର୍ଷୀୟ ପି. ଭି. ଏସ୍. ଶର୍ମା ଏବେ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ପୋଲିସ କହିବା ମୁତାବକ ପି. ଭିଙ୍କ ଗାଡିର ଡ୍ରାଇଭର ପ୍ରଥମେ ସେ ଝୁଲୁଥିବାର ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ମହାବୀର ଡାକ୍ତରଖାନରେ ବର୍ତ୍ତି କରାଇଥିଲେ । ତେବେ ଏ ବାବଦରେ ନଭସାରୀ ଥାନା ଅଧିକାରୀ ପ୍ରଶାନ୍ତ ବ୍ରହ୍ମାଭଟ୍ଟ କହିଛନ୍ତି, ପି. ଭି. ଏସ୍. ଶର୍ମା କାହିଁକି ଆତ୍ମହତ୍ୟା କରୁଥିଲେ ତାହାର ତଦନ୍ତ ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ପି. ଭି. ଏସ୍. ଶର୍ମାଙ୍କର ସତ୍ୟମ ଟାଇମ୍ସ ନାମରେ ଏକ ଖବର କାଗଜ ସଂସ୍ଥା ଅଛି । ତେବେ ଖବର କାଗଜ କେତେ ପରିମାଣର ବଣ୍ଟନହେଉଛି ତାର ସଠିକ ତଥ୍ୟ ଦେବା ବଦଳରେ ଜାଲ କାଗଜପତ୍ର  କରି ସରକାରୀ ବିଜ୍ଞାପନ ପାଇବା ପାଇଁ ଖବର କାଗଜ ଅଧିକ ପରିମାଣର ବିକ୍ରି ହେଉଥିବା ଦାର୍ଶାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁରତ ଆୟକର ବିଭାଗ ପି. ଭି. ଏସ୍. ଶର୍ମାଙ୍କ ନାଁରେ ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା ।

ତେବେ ତାଙ୍କର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ପଛରେ ଏହି କାରଣ ଅଛି ନା ଆଉ କଣ କାରଣ ରହିଛି ତାହା ପରବର୍ତ୍ତୀ ସମୟରେ ଜଣାପଡିବ ବୋଲି ପୋଲିସ କହିଛି । ପି. ଭି. ଏସ୍. ଶର୍ମା ମଧ୍ୟ ଆୟକର ବିଭାଗରେ ପ୍ରାୟ ୧୮ ବର୍ଷ ଚାକିରି କରିଛନ୍ତି । ତେବେ ବିଜେପିରେ ଯୋଗଦେବା ପାଇଁ ସେ ୨୦୦୭ରେ ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ । ପରେ ବିଜେପିରେ ଯୋଗଦେଇ ଦଳର ଆଇଟି ସେଲ ଦାୟିତ୍ବରେ ଥିଲେ । ସେ ସୁରତରେ ଅନେକ ଗୁଡିଏ କମ୍ପାନୀ​‌ରେ ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।

   Related Posts