ଜୟପୁରରେ ଅପରାଧୀ ପୋଲିସ ମୁହାଁମୁହିଁ

Published By : Prameya-News7 Bureau | September 11, 2018 IST

ଜୟପୁର ୧୧/୯ : ଜୟପୁରରେ ଅପରାଧୀ ପୋଲିସ ମୁହାଁମୁହିଁ । ଫୁଟିଲା ୪ ରାଉଣ୍ଡ ଗୁଳି । ଅପରାଧୀଙ୍କୁ କାବୁ କରିବାକୁ ପୋଲିସ ଟିମ ଯାଇଥିବା ବେଳେ ସେମାନଙ୍କ ଉପରକୁ ଅପରାଧୀ ମାନେ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଦୁର୍ଦ୍ଧାନ୍ତ ଅପରାଧୀ ଶିବ ଶଙ୍କର ପାଣିଗ୍ରାହୀକୁ ପୋଲିସ କାବୁ କରିଥିବା ବେଳେ ପୋଲିସକୁ ଚକମା ଦେଇ ଖସି ଯାଇଛି ଆଉ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ । ଶିବ ଠାରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ସହ ୨ଟି ଜୀବନ୍ତ ଗୁଳି ଉଦ୍ଧାର କରିଛି । ଶିବ ନାଁରେ ପୂର୍ବରୁ ବିଭିନ୍ନ ମାମଲାରେ ୯ଟି କେସ୍ ଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ । ଗତ ଅଗଷ୍ଟ ୧୮ ତାରିଖରେ ସ୍ଥାନୀୟ ଗୋପବନ୍ଧୁ ନଗରରେ ଶିବଙ୍କ ସହ ଆଉ ୨ ସହଯୋଗୀ ଡକାୟତି ଉଦ୍ୟମ କରିଥିଲେ । ଖବର ପାଇ ପୋଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଠା କରିଥିଲା ,ହେଲେ ଏମାନେ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯାଇଥିଲେ । ଏହି ମାମଲାରେ ପୋଲିସ ଶିବ ଓ ତାହାର ସହଯୋଗୀଙ୍କ ନାଁରେ ମାମଲା ଦାୟର କରି ଏମାନଙ୍କୁ ଖୋଜୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.