Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଚୋରା ମଦ କାରବାର ଉପରେ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ, ଶହ ଶହ ଲିଟର ଦେଶୀ ଓ ବିଦେଶୀ ମଦ ଜବତ, ୬ ଗିରଫ

5/05/2021 at 6:57 PM

ନୀଳଗିରି ୦୫/୦୫: ବାଲେଶ୍ଵର ଜିଲ୍ଲା ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ରଙ୍କ ନିର୍ଦେଶରେ ବିଭିନ୍ନ ଥାନାର ପୋଲିସ ବିଭିନ୍ନ ଅଞ୍ଚଳରୁ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ, ବାଇକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ କରୋନା ବେଳେ ଚାରିଆଡେ ଚୋରା ମଦ ବେପାରୀ ଅଧିକ ସକ୍ରିୟ ହୋଇଉଠିଛନ୍ତି। ବିଭିନ୍ନ ସ୍ଥାନରେ ଚୋରା ବେପାରୀ ମାନେ ବେଆଇନ ଭାବେ ମଦ ଚାଲାଣ କରୁଛନ୍ତି।

ନୀଳଗିରି ଏସଡିପିଓ ନୀଳଗିରି,ରେମୁଣା,ଔପଦା, ଖଇରା ସମେତ ବିଭିନ୍ନ ଥାନାକୁ ବେଆଇନ ମଦ କାରବାର ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। ଗତକାଲି ରାତ୍ରିରେ ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରାଙ୍କ ତତ୍ଵାବଧାନରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଓଲଡଙ୍ଗ ଛକରେ ଏକ ବଜାଜ ଡିସକଭର ବାଇକ, ୧୦୦ ଲିଟର ଦେଶୀ ମଦ ଜବତ କରିବା ସହ ସିଆଡିମାଳ ଅଂଚଳର ଜୟକୃଷ୍ଣ ଦାସବାବୁ ଓ ଛୋଟକାନପୁର ଅଂଚଳର ପ୍ରଦୀପ କୁମାର ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଏନେଇ ୫୨ ନମ୍ବର ମାମଲା ରୁଜୁହୋଇଛି।

ଔପଦା ପୋଲିସ ମଧ୍ୟ ୧୦ ଲିଟର ଦେଶୀ ମଦ ଜବତ କରାଯାଇ ଜଣେ ବ୍ୟକ୍ତି ଗିରଫ କରାଯାଇଛି। ଖଇରା ଥାନା ଅଧିନ ତିନୋଟି ସ୍ଥାନରୁ ଖଇରା ପୋଲିସ ଚଢ଼ାଉ କରି ୧୮୮ ଲିଟର ବିଦେଶୀ ମଦ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ କରାଯାଇଛି। ସେହିପରି ରେମୁଣା ପୋଲିସ ମଧ୍ୟ ୭୭ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜଣେ ଗିରଫ କରାଯାଇଛି। ଗୋଟିଏ ଦିନରେ ନୀଳଗିରି ଉପଖଣ୍ଡ ଅଧୀନରେ ଥିବା ଥାନା ଅଂଚଳରେ ଚୋରା ମଦ କାରବାର ଉପରେ ବ୍ୟାପକ ଚଢ଼ାଉ ଜାରି ରହିବ ବୋଲି ଏସଡିପିଓ ରିତେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

   Related Posts