ପୋଲିସ ଦମ୍ପତ୍ତିଙ୍କୁ କରୋନା, ବଡବଜାର ଓ ସଦର ଥାନା ଅଧିକାରୀ ସଂକ୍ରମିତ

Published By : Prameya-News7 Bureau | October 15, 2020 IST

ବ୍ରହ୍ମପୁର ୧୫।୧୦: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ଯୋଦ୍ଧା ମଧ୍ୟ କରୋନା କବଳରୁ ବର୍ତ୍ତି ପାରୁନାହାନ୍ତି । ଅନେକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ କିଛି ଜଣ ସଂକ୍ରମିତ ହୋଇ ପ୍ରାଣ ହରାଇ ସାରିଲେଣି ।

ବ୍ରହ୍ମପୁର ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ପତ୍ନୀ ତଥା ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଉଭୟ ସ୍ବାମୀ-ସ୍ତ୍ରୀ ହୋମ୍ ଆଇସୋଲେସନରେ ରହିଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କରୋନା ପରୀକ୍ଷଣ କରାଇବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.