Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେହେରୁ ବଙ୍ଗଳା ଡ଼ବଲ୍ ମର୍ଡ଼ର ଘଟଣା : ୨୮ ଦିନ ବିତିଯାଇଥିଲାବେଳେ ମୁଖ୍ୟ ଅଭିଯୁକ୍ତ ପାଖରେ ପହଁଚି ପାରିନି ପୋଲିସ

28/07/2019 at 8:32 AM

ପାରାଦୀପ ୨୮/୭: ନେହେରୁ ବଙ୍ଗଳା ଡ଼ବଲ୍ ମର୍ଡ଼ର ଘଟଣା କୁ ୨୮ ଦିନ ବିତିଯାଇଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ପାଖରେ ଏ ପର୍ଯ୍ୟନ୍ତ ପହଁଚି ପାରିନି ପାରାଦୀପ ମେରାଇନ ପୋଲିସ। ଠିକ୍ କଟକରେ ଏହି ଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ବେଳେ ଭୟଭୀତରେ ରହିଛନ୍ତି  ନେହେରୁ ବଙ୍ଗଳା ବାସିନ୍ଦା।

ସେଦିନ ଥିଲା ଜୁନ ମାସ ୨୯ ତାରିଖ । ଅତି ବିଭତ୍ସ ଭାବେ ଦୁଇ ଦୁଇଟି ମାନସିକ ବିକୄତିଙ୍କୁ ହତ୍ୟା କରାଯାଇଥିଲା। ଗୋଟିଏ ମୄତଦେହ ମେରାଇନ ଥାନାର ଠିକ୍ ଦୁଇ ଶହ ମିଟର ପାଖ ଜଙ୍ଗଲ ରୁ ମିଳିଥିବା ବେଳେ ଆଉ ଗୋଟିଏ ମୄତଦେହ ନେହେରୁ ବଙ୍ଗଳା ମାର୍କେଟ କମ୍ପ୍ଲେକ୍ସ ରୁ ମିଳିଥିଲା। ତେବେ କିଏ କାହିଁକି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିଲା ଘଟଣା ଉପରୁ ପରଦା ଏ ପର୍ଯ୍ୟନ୍ତ ଉଠାଇ ପାରିଲାନାହିଁ ପୋଲିସ। ଠିକ୍ ଏହିଭଳି ଗତକିଛି ଦିନ ହେବ କଟକ ରେ ମଧ୍ୟ ହତ୍ୟା ଘଟଣା ନଜରକୁ ଆସିଛି। ତେବେ ଘଟଣା ଘଟିବାର ପ୍ରାୟ ଏକମାସ ପୁରିବାକୁ ବସିଲାଣି ପୋଲିସ ତଦନ୍ତ ଶିଥିଳତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ନେହେରୁ ବଙ୍ଗଳା ବାସିନ୍ଦା। ଏବେବି ଭୟଭୀତ ଅବସ୍ଥାରେ ରହିଥିବା ନେହେରୁ ବଙ୍ଗଳା ବାସିନ୍ଦା ଓ ମାର୍କେଟ କମ୍ପ୍ଲେକ୍ସର ଦୋକାନୀ ଭାଇମାନେ ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତକୁ ଖୋଜି ବାହାର କରିବା ପାଇଁ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ପାରାଦୀପ ନେହେରୁ ବଙ୍ଗଳାରେ ଦୀର୍ଘ ୫୦ ବର୍ଷ ତଳୁ ଅନେକ ଲୋକମାନେ ଜନ ବସତି କରି ରହି ଆସୁଥିବାବେଳେ ନେହେରୁ ବଙ୍ଗଳାଟି ବ୍ୟବସାୟର ପେଣ୍ଠସ୍ଥଳି ବୋଲି ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ଏଠି ମାଛଧରା ବନ୍ଦରଠାରୁ ଆରମ୍ଭ କରି ସମୁଦ୍ର ନଦୀର ମିଳନସ୍ଥଳୀକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକମାନେ ମଧ୍ୟ ଆସିଥାନ୍ତି। ସବୁଠାରୁ ବଡ଼କଥା ହେଉଛି ଦୀର୍ଘଦିନ ଧରି ଏଠି ଏଭଳି ବିଭତ୍ସ ଭାବରେ ମାନସିକ ବିକୄତି ମଣିଷକୁ  ହତ୍ୟା କରିବା ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଘଟଣାରେ ତଦନ୍ତ ଜାରି ରଖିବା ସହ ଆଗାମୀ ଦିନରେ ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହୋଇ ପାରିବ ବୋଲି ମେରାଇନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

   Related Posts