ସସପେନ୍ସ ବଢ଼ାଉଛି ଇନଷ୍ଟାଗ୍ରାମ୍ ପୋଷ୍ଟ : ୪୮ଘଣ୍ଟା ପରେ ବି ରହସ୍ୟ ଘେରରେ କୃତ୍ତିକା ମୃତ୍ୟୁ ଘଟଣା

Published By : Prameya-News7 Bureau | February 18, 2020 IST

ଭୁବନେଶ୍ବର ୧୮/୨: ଭୁବନେଶ୍ବର ବିଜେବି ନଗରରେ ଆପାର୍ଟମେଣ୍ଟ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏବେ ବି ରହସ୍ୟ ଉପରୁ ପରଦା ହଟିପାରିନି । ଇନଷ୍ଟାଗ୍ରାମ୍‌ ପୋଷ୍ଟକୁ ନେଇ ନାନା ସଂଦେହ ଉଠିଥିଲେ ମଧ୍ୟ ସ୍କୁଲ ପରୀକ୍ଷା ଚାଲିଥିବାରୁ କୌଣସି ସାଙ୍ଗସାଥୀଙ୍କ ଠାରୁ କିଛି ବି ତଥ୍ୟ ଆଦାୟ କରିପାରୁନି ପୋଲିସ।

{"id":226034,"sizeSlug":"large"}

ସସପେନ୍ସ ବଢ଼ାଉଛି ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ । ସାମ୍ନାକୁ ଆସିବାରେ ଲାଗିଛି ନୂଆ ନୂଆ ତଥ୍ୟ । ତଥାପି ୪୮ଘଣ୍ଟା ପରେ ବି ରହସ୍ୟ ଘେରରେ କୃତ୍ତିକା ମୃତ୍ୟୁ ଘଟଣା । ଭୁବନେଶ୍ବର ବିଜେବି ନଗରରେ ଆପାର୍ଟମେଣ୍ଟ ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଏବେ ପ୍ରକୃତ କାରଣ କ’ଣ ତାହା ଜଣାପଡ଼ୁନି । ନା’ ଘର ଲୋକେ କିଛି ମୁହଁ ଖୋଲୁଛନ୍ତି, ନା’ ସାଙ୍ଗସାଥୀ  ।  ପରୀକ୍ଷା ଚାଲିଥିବାରୁ ସାଙ୍ଗସାଥୀଙ୍କ ଠାରୁ କୌଣସି ତଥ୍ୟ ହାସଲ କରିପାରୁନି ପୋଲିସ । କିନ୍ତୁ ସସ୍‌ପେନ୍ସ ବଢ଼ାଉଛି ସୋସିଆଲ ମିଡିଆ ପୋଷ୍ଟ । ହାର୍ଟ ସାଇନ୍‌ ଆଉ ପେନ୍‌, ଫିୟର, ହେଟ୍‌ ଭଳି ଶବ୍ଦ, ପୁଣି ତିନି ଜଣ ଝିଅ ଚିତ୍ର ସହ ‘ଫାଇନାଲି ସ୍କେଚ୍‌ କମ୍‌ପ୍ଲିଟେଡ୍‌’ ଲେଖା ପୋଷ୍ଟକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି ।

{"id":226035,"sizeSlug":"large"}

ଆଉ ଗୋଟେ ପଟେ କମିଶନରେଟ୍‌ ପୋଲିସ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଅତି ସତର୍କତାର ସହ ତଦନ୍ତ କରୁଛି । କୃତ୍ତିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଏବଂ ଚାଟିଂକୁ ତଦନ୍ତ ପରିସରଭୁକ୍ତ କରିଛି । ସେହିଭଳି ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି ପୋଲିସ ।

{"id":226036,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.