Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହିତା ମହିଳାଙ୍କୁ ନିଜ ବନ୍ଧୁ ସହ ଗଣଦୁ‌ଷ୍କର୍ମ କଲା ପୋଲିସ୍ କନେଷ୍ଟବଲ୍ : ଭିଡିଓ କରି ଭାଇରାଲ୍ କରିବାକୁ ଦେଉଥିଲା ଧମକ,ମାମଲା ରୁଜୁ

13/08/2020 at 11:35 AM

ଅଲଓ୍ବର ୧୩/୮: ଜଣେ ପୋଲିସ୍ କନଷ୍ଟେବଲ୍ ୩୨ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଛି ଏବଂ ନିଜ ସାଥୀମାନଙ୍କୁ ମଧ୍ୟ ଡାକି ମହିଳାଙ୍କୁ ଗଣଦୁଷ୍କର୍ମ କରିଛି। ସେ ମହିଳାଙ୍କୁ ଦୁଷ୍କର୍ମ କରିବାର ଭିଡିଓ କରି ଏହାକୁ ଭାଇରାଲ୍ କରିବାର ଧମକ ଦେଉଥିଲା। ମହିଳା ୩ମାସ ଏସବୁ ସହିବା ପରେ ଥାନାରେ ମାମଲା ରୁଜୁ କରିବାକୁ ଚାହିଁବାରୁ ତାଙ୍କୁ ଧକ୍କା ଦେଇ ବାହାର କରି ଦିଆଯାଇଥିଲା। ଶେଷରେ ସେ ଏସପିଙ୍କ ପାଖରେ ଗୁହାରି କରିଥିଲେ। ଏହାପରେ ଯାଇ ମାମଲା ରୁଜୁ ହୋଇଥିଲା। ଏହି ଅଭାବନୀୟ ଘଟଣାଟି ଘଟିଛି ରାଜସ୍ଥାନର ଅଲଓ୍ବର ଜିଲ୍ଲାର।

ଅଲଓ୍ବର ଜିଲ୍ଲାର ରୈଣୀ ଥାନାରେ ୩୨ବର୍ଷର ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କନଷ୍ଟେବଲ୍ ସଞ୍ଜୟ କୁମାର(୨୮)କୁ ପୋଲିସ୍ ଅଧୀକ୍ଷକ ଲାଇନ୍ ହାଜର କରି ଦେଇଛନ୍ତି। ମହିଳାଙ୍କ ଦୁଷ୍କର୍ମ ମାମଲାର ଯାଞ୍ଚ ରାଜଗଡ଼ ଥାନାଧିକାରୀଙ୍କୁ ଦିଆଯାଇଛି।

ରୈଣୀ ଥାନାରେ କାର୍ଯ୍ୟରତ କନେଷ୍ଟବଲ୍ ସଞ୍ଜୟ କୁମାର ଜଣେ ବିବାହିତାଙ୍କୁ ଦୁଷ୍କର୍ମ କରିଛି ଏବଂ ମହିଳାଙ୍କୁ ଧମକ ଦେଇ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲା। ମହିଳାଙ୍କ ସ୍ବାମୀ ଏବିଷୟରେ ଜାଣିବାରୁ ମହିଳାଙ୍କୁ ନେଇ ରୈଣୀ ଥାନାରେ ମାମଲା ରୁଜୁ କରିବାକୁ ଅଭିଯୋଗ ଦେଇଥିଲେ କିନ୍ତୁ ଅନେକ ଦିନ ଯାଏଁ ମାମଲା ରୁଜୁ ହୋଇନଥିଲା। ମହିଳାଙ୍କୁ ଧକ୍କା ଦେଇ ଥାନାରୁ ତଡ଼ି ଦିଆଯାଇଥିଲା।

ପୀଡ଼ିତା ପରେ ନିଜ ଅଭିଯୋଗରେ କହିଥିଲେ ଯେ ସେ ବୁଲିବାକୁ ଯାଉଥିବାବେଳେ କନେଷ୍ଟବଲ୍ ସଞ୍ଜୟ ତାଙ୍କୁ ପିଛା କରିବା ଆରମ୍ଭ କରି ଦେଉଥିଲା ଏବଂ ତାଙ୍କୁ ହଇରାଣ କରୁଥିଲା। ସେ ତାଙ୍କୁ ଧମକାଉଥିଲା। ୩ମାସ ତଳେ ସଞ୍ଜୟ ତାଙ୍କୁ ଜବରଦସ୍ତି ଦୁ​‌େ​‌୍କର୍ମ କରିଥିଲା ଏବଂ କାହାକୁ କିଛି କହିଲେ ତାଙ୍କୁ ବଦନାମ କରିବାକୁ ଏବଂ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଉଥିଲା। ଏହା ପରେ ତାଙ୍କୁ ବାରମ୍ବାର ହଇରାଣ କରାଯାଉଥିଲା।

ଥରେ ସଞ୍ଜୟ ତା’ର ଅନ୍ୟ ବନ୍ଧୁକୁ ନେଇ ଆସି ଜବରଦସ୍ତି ଶାରିରୀକ ତା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା।  ଏହିପରି ବାରମ୍ବାର ତାଙ୍କୁ ଶାରିରରୀକ ନିର୍ଯ୍ୟାତନା ଦିଆଯାଇଥିଲା। ଏସବୁ ସହି ନପାରି ସେ ତାଙ୍କ ସ୍ବାମୀଙ୍କୁ କହିଥିଲେ ଏବଂ ଥାନାରେ ମାମଳା ରୁଜୁ କରିବାକୁ ଯାଇଥିବାବେଳେ ତାଙ୍କୁ ଧକ୍କା ମାରି ତଡ଼ି ଦିଆଯାଇଥିଲା।

ଏହା ପରେ ପୀଡ଼ିତା ମହିଳା ନିଜ ସ୍ବାମୀଙ୍କ ସହ ଏସପିଙ୍କୁ ଭେଟିଥିଲେ ଏବଂ ନିଜ କଥା ଶୁଣାଇଥିଲେ। ଏହା ପରେ ଏସପି କନେଷ୍ଟବଲ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତ କନଷ୍ଟେବଲ୍ ରୈଣୀ ଥାନାରେ କମ୍ପ୍ୟୁଟର ଅପରେଟର ପଦରେ ନିଯୁକ୍ତ ଅଛି।

   Related Posts