ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା

Published By : Prameya-News7 Bureau | November 29, 2021 IST

ବ୍ରହ୍ମପୁର, ୨୯/୧୧:  ଭିଜିଲାନ୍ସ ଜାଲରେ କନଷ୍ଟେବଳ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା, ନିମଖଣ୍ଡିସ୍ଥିତ ବାସଭବନ ଓ ଭଞ୍ଜନଗର ଗମୁଣ୍ଡିସ୍ଥିତ ପୈତୃକ ଘରେ ରେଡ୍ ଜାରି ରହିଛି ।

ଚଢଉରେ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଇନ୍‌ସ୍ପେକ୍ଟର ସାମିଲ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ  ନଗଦ ୫ ଲକ୍ଷ ୧୬ ହଜାର ୮୮୦  ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.