ଖାକିରେ ଦାଗ : ପ୍ରଥମ ପତ୍ନୀକୁ ଲୁଚାଇ ଦ୍ବିତୀୟ ବିବାହ କରିଛନ୍ତି ପୋଲିସ କନେଷ୍ଟବଳ

Published By : Prameya-News7 Bureau | October 23, 2018 IST

ଭଦ୍ରକ ୨୩|୧୦: ଖାକିରେ ଦାଗ ଲାଗିଛି । ପୋଲିସ କନେଷ୍ଟବଳ ପ୍ରଥମ ପତ୍ନୀକୁ ଲୁଚାଇ ଦ୍ବିତୀୟ ବିବାହ କରିଛନ୍ତି । ଆଉ ପ୍ରଥମ ପତ୍ନୀ ଏହି ବିଷୟରେ ଅଭିଯୋଗ କରିବା ପରେ ଭଦ୍ରକ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ଏହି ରଙ୍ଗିଲା ପୋଲିସ ବାବୁ ହେଉଛନ୍ତି ସୁଦାମ ଖିଲାର । ସେ ଏବେ ବାଲେଶ୍ବର ଜିଲ୍ଲା ବଳରାମଗଡି ମେରାଇନ ଥାନାରେ କାମ କରୁଛନ୍ତି । ୨୦୧୪ ଫେବୃୟାରୀ ମାସରେ ଭଦ୍ରକର ଲକ୍ଷ୍ମୀପ୍ରିୟା ବିଶ୍ବାସକୁ ବିବାହ କରିଥିଲେ । ବୈଦିକ ରୀତିରେ ହୋଇଥିଲା ବାହାଘର, ଆଉ ଯାନି ଯୌତୁକ ବି ନେଇଥିଲେ । ହେଲେ ଗତ ମାର୍ଚ୍ଚ ମାସରେ ପୁଣି ଦ୍ବିତୀୟ ବିବାହ କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ତାଙ୍କ ଫଟୋବି ଦେଖାଉଛନ୍ତି । ପୋଲିସ ବାବୁଙ୍କ ବିରୋଧରେ ୪୨୦ ସହ ୩୦୭ ଦଫା ଲାଗିଛି । ତେବେ ତାଙ୍କୁ ଗିରଫ କରାଯାଉ ନାହିଁ କି ଚାକିରିରୁ ନିଲମ୍ବନ କରାଯାଉ ନାହିଁ ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.