ଜୋତା ପାଇଁ ଯାଇଥାନ୍ତା ଜୀବନ, ଦେବଦୂତ ସାଜି ଟ୍ରେନ୍‌ ମୁହଁରୁ ବୃଦ୍ଧଙ୍କୁ ବଞ୍ଚାଇଲେ ପୋଲିସ କନଷ୍ଟେବଳ

Published By : Prameya-News7 Bureau | January 02, 2021 IST

ମୁମ୍ବାଇ ୦୨/୦୧:  ଜୀବନ ବଞ୍ଚାଇଲେ ଚାପୁଡ଼ ବି ମାରିଲେ। ପାଗଳାମୀ ପାଇଁ ହୁଏତ ବୃ୍ଦ୍ଧଙ୍କ ଜୀବନ ଯାଇଥାନ୍ତା। କିନ୍ତୁ ଠିକ୍‌ ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଦେଲେ ଜଣେ ପୋଲିସ କର୍ମଚାରୀ। ସାମାନ୍ୟ ଜୋତା ପାଇଁ ରେଳ ଚକ ତଳେ ବହୁମୂଲ୍ୟ ଜୀବନ ଯାଇଥାନ୍ତ। ପୋଲିସ କର୍ମଚାରୀ ସଙ୍ଗେସେଙ୍ଗ ବୃଦ୍ଧଙ୍କୁ ଟ୍ରାକ୍‌ରୁ ଟାଣିଆଣିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି। ବୃଦ୍ଧଙ୍କୁ ବଞ୍ଚାଇବା ପରେ ଚାପୁଡ଼ଟିଏ ମାରି ଜ୍ଞାନ ଦେଇଛନ୍ତି ପୋଲିସ କର୍ମଚାରୀ ।

ନୂଆବର୍ଷ ଦିନ ଏହି ଘଟଣା ମୁମ୍ବାଇର ଦହିସାର ରେଳ ଷ୍ଟେସନରେ ଘଟିଥିଲା। ଶୁକ୍ରବାର ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଜଣେ ୬୦ ବର୍ଷୀୟ ବୃଦ୍ଧୀ ରେଳ ଟ୍ରାକ୍‌ରେ ଫସି ଯାଇଥିବା ବେଳେ ଫେରିବାକୁ ଅସମର୍ଥ ହୋଇଥିଲେ। ଜଣେ ମୁମ୍ବାଇ ପୋଲିସ କନେଷ୍ଟବଳ ଏହି ଦୃଶ୍ୟକୁ ଦେଖୁଥିଲେ। ବୃଦ୍ଧଙ୍କ ପାଖକୁ ଟ୍ରେନ୍‌ ମାଡ଼ିଆସୁଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ସବୁ ବଳ ଲଗାଇ ଦେଇଥିଲେ ପୋଲିସ କର୍ମଚାରୀ ।

ଟ୍ରାକର ଅପରପାର୍ଶ୍ବରେ ବୃଦ୍ଧଙ୍କ ଜୋତା କୌଣସି କାରଣରୁ ଖସି ପଡ଼ିଥିଲା। ତାହା ଆଣିବାକୁ ବୃଦ୍ଧ ଜଣଙ୍କ ଟ୍ରାକ୍‌ ଡେଇଁ ଯାଇଥିଲେ। ସେତେବେଳକୁ ଟ୍ରାକ୍‌ରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ମାଡ଼ିଆସିଥିଲା। କିନ୍ତୁ ବୃଦ୍ଧ ଭାବିଥିଲେ ଯେ, ଟ୍ରେନ୍‌ ତାଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସେ ଟ୍ରାକରୁ ସୁରକ୍ଷିତ ଭାବେ ପଳାଇଆସିବେ। ବୃଦ୍ଧଙ୍କୁ ଷ୍ଟେସନରେ ଉପସ୍ଥିତ ଜଣେ ପୋଲିସ କନେଷ୍ଟବଳ ଦେଖୁଥିଲେ। ବୃଦ୍ଧ ଜଣଙ୍କ ଯେମିତି ଟ୍ରକାରୁ ଉପରକୁ ଆସିବାକୁ ଚେଷ୍ଟା କରିଛନ୍ତି ପୁଣି ଥରେ ତାଙ୍କ ପାଦ ଖସିଯାଇଥିଲା। କିନ୍ତୁ ଟ୍ରେନ୍‌ ତାଙ୍କ ପାଖରେ ପହଞ୍ଚି ସାରିଥିଲା।

ବାସ୍‌ ଏତିକି ବେଳେ କନେଷ୍ଟବଳ ବୃଦ୍ଧଙ୍କୁ ଟାଣି ଆଣିଥିଲେ। ଯେମିତି ବୃଦ୍ଧ ତଳେ ପଡ଼ିଛନ୍ତି କନେଷ୍ଟବଳ ତାଙ୍କୁ ଚାପୁଡ଼ ମାରୁଥିବା ଦେଖିବାକୁ ମିଳିଛି। ବୃଦ୍ଧଙ୍କ ବୋକାମୀ ପାଇଁ କନେଷ୍ଟବଳ ରାଗରେ ହୁଏତ ତାଙ୍କୁ ମାରିଥାଇପାରନ୍ତି ବୋଲି କୁହାଯାଉଛି।

wp:embed {"url":"https://twitter.com/ANI/status/1345256762182488065","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1345256762182488065
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.