କାଉନସିଲିଙ୍ଗ ନାଁରେ ୧୬ବର୍ଷ ବୟସ୍କା ନାବାଳିକାଙ୍କୁ ପୋଲିସ କଲା ଦୁଷ୍କର୍ମ : ମାମଲା ରୁଜ୍ଜୁ, କନେଷ୍ଟେବଲ ଗିରଫ

Published By : Prameya-News7 Bureau | September 20, 2019 IST

ନୂଆଦିଲ୍ଲୀ ୨୦/୯: କାଉନସିଲିଙ୍ଗ ନାଁରେ ଜଣେ ୧୬ବର୍ଷ ବୟସ୍କା ନାବାଳିକାଙ୍କୁ ପୋଲିସ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନୂଆଦିଲ୍ଲୀରେ ଘଟିଛି ଏହି ଅଭାବନୀୟ ଘଟଣା । ୧୬ବର୍ଷ ବୟସ୍କା ନାବାଳିକାଙ୍କୁ ଜଣେ ପୋଲିସ୍ କନଷ୍ଟେବଲ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଏହି କନଷ୍ଟେବଲ୍ କାଉନସିଲିଙ୍ଗ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା କହିଛନ୍ତି ଯେ କନଷ୍ଟେବଲ୍ ତାଙ୍କୁ ବୁଝାଇବା ବାହାନାରେ ଯମୁନା ନଦୀ ନିକଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା। ଏହା ପରେ ତାଙ୍କୁ କିଛି ଟଙ୍କା ଦେଇ ଘରକୁ ଫେରି ଯିବାକୁ କହିଥିଲା।

ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ କନଷ୍ଟେବଲ ବିରୋଧରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ଦାୟର କରାଯିବା ସହ ଚାକିରୀରୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ ଗତ ଗୁରୁବାର କନଷ୍ଟେବଲ୍ ବିଶ୍ରାମ ପୀଡ଼ିତାଙ୍କ ଘରକୁ ପହଞ୍ଚିଥିଲା ଏବଂ ତାଙ୍କୁ କାଉନସିଲିଙ୍ଗ କରିବା ପାଇଁ ଏନଜିଓ ନେଇ ଯିବା କଥା କହିଥିଲା। ସେହି ଅନୁସାରେ ପିଡୀତା କନେଷ୍ଟେବଲ ସହ ଯାଇଥିଲେ ।  କିନ୍ତୁ ପୀଡ଼ିତାଙ୍କ ପରିବାର ପରେ ପୋଲିସ୍ ଷ୍ଟେସନ ପହଞ୍ଚିବାରୁ ଦେଖିଥିଲେ ଯେ କନଷ୍ଟେବଲ ଏବଂ ତାଙ୍କ ଝିଅ ସେଠାରେ ନାହାନ୍ତି। କନଷ୍ଟେବଲର ଫୋନ୍ ମଧ୍ୟ ସ୍ବିଚ ଅଫ ଥିଲା। କିଛି ସମୟ ପରେ ନାବାଳିକା ଘରକୁ ପହଞ୍ଚି ପରିବାର ଲୋକଙ୍କୁ ସବୁ କଥା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.