ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ପରେ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ

Published By : Prameya-News7 Bureau | March 11, 2019 IST

ଲକ୍ଷ୍ନୌ ୧୧|୩ : ଲକ୍ଷ୍ନୌ କାକୋରି ଥାନାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ବୀରେନ୍ଦ୍ର ରୁହେଲା ବାଗପତ ପୋଲିସ ଲାଇନ୍ ସ୍ଥିତ ଘରେ ଗର୍ଭବତୀ ପତ୍ନୀଙ୍କୁ ମାଡ ମାରିବା ସହ ତାଙ୍କ ଗଳା ଚିପି ହତ୍ୟା କରିବା ପରେ ସୁଇସାଇଡ୍ ନୋଟ୍ ଲେଖି ନିଜେ ମଧ୍ୟ ଆତ୍ମହତ୍ୟା କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଆରଟିଆଇ ସେଲ୍ ରେ କନେଷ୍ଟବଳ ଭାବେ କାର୍ଯ୍ୟରତ ବୀରେନ୍ଦ୍ରଙ୍କ ପତ୍ନୀ ଜ୍ୟୋତି ରୁହେଲା ବାଗପତ ଅଞ୍ଚଳରେ ରହୁଥିଲେ । ସେ ପୋଲିସ ଲାଇନ୍ ପରିସରରେ ୩ୟ ଲେନ୍ ରେ ରହୁଥିଲେ । ବୀରେନ୍ଦ୍ର ତାଙ୍କୁ ଭେଟିବାକୁ ଆସିଥିଲେ । କୌଣସି କାରଣରୁ ଅଧରାତିରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତାପର ଦିନ ଘରର କବାଟ ଖୋଲିନଥିବାରୁ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲା ଯେ, ବୀରେନ୍ଦ୍ର ଫ୍ୟାନ୍ ରେ ଝୁଲିଥିଲେ ଏବଂ ତାଙ୍କ ପତ୍ନୀ ଜ୍ୟୋତିଙ୍କ ମୃତଦେହ ତଳେ ପଡିଥିଲା । ଜ୍ୟୋତିଙ୍କର ହାତ ପଛପଟୁ ବନ୍ଧା ଥିଲେ । ତାଙ୍କ ବେକକୁ ଏକ ତାର ସାହାଯ୍ୟରେ ଭିଡାଯାଇଥିଲା । ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତର ଚିହ୍ନ ମଧ୍ୟ ଥିଲା । ଘର ଭିତରୁ ବୀରେନ୍ଦ୍ର ଲେଖିଥିବା ଏକ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିଥିଲା । ସେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପତ୍ନୀଙ୍କ ଭିଣୋଇ ଏବଂ ମାଉସୀ ଓ ମଉସାଙ୍କୁ ଦାୟୀ କରିଥିଲେ ।

ପୋଲିସର ସୂଚନା ଅନୁସାରେ ବରେଲିର ଭାବା ରସୁଲପୁରର ବୀରେନ୍ଦ୍ର ୧୫ ଫେବୃଆରୀରେ କାକୋରୀ ଥାନାରେ ଯୋଗଦେଇଥିଲେ । ସେ ଗୁରୁବାର ଦିନ ଛୁଟି ନେଇ ତାଙ୍କ ପତ୍ନୀଙ୍କୁ ଦେଖା କରିବାକୁ ଆସିଥିଲେ ଏବଂ ସୋମବାର ଦିନ କାର୍ଯ୍ୟରେ ଯୋଗଦେଇଥାନ୍ତେ । ଆରଟିଆଇ ସେଲ୍ ରେ କାର୍ଯ୍ୟରତ ଜ୍ୟୋତି ସହାରନପୁରର ନ୍ୟୁ ଗୋପାଳନଗରର ବାସିନ୍ଦା ଥିଲେ । ଗତ ନଭେମ୍ବର ୧୮ତାରିଖରେ ଉଭୟଙ୍କର ବିବାହ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.