ଉପରେ ପଣସ-କଖାରୁ, ତଳେ ଗଞ୍ଜେଇ : ଚୋରା ଚାଲାଣ ବେଳେ ଧରାପଡିଲେ କନେଷ୍ଟବଳ

Published By : Prameya-News7 Bureau | February 25, 2021 IST

ମାଲକାନଗିରି ୨୫।୨: ପଣସ ଓ କଖାରୁ ଭର୍ତ୍ତି ଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ । ତାହା ବି ପୁଣି ଦିନଦ୍ବିପ୍ରହରରେ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଏପରି ଚୋରା ଚାଲାଣ କରୁଥିଲେ ମାଲକାନଗିରି ଜିଲ୍ଲାର ଜଣେ ପୋଲିସ କନେଷ୍ଟବଳ ।

{"id":414551,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ ଗାଡି ଗଞ୍ଜେଇ ନେଇ ଛତିଶଗଡକୁ ଚାଲାଣ କରୁଥିବା ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ୩ଟି ଟିମ୍ ଭିନ୍ନ ଭିନ୍ନ ଜାଗାରେ ଚଢାଉ କରି କୋରୁକୋଣ୍ଡା ନିକଟରୁ ଏହି ଗଞ୍ଜେଇ ବୋଝେଇ ଗାଡିଟିକୁ ଜବତ କରିଥିଲା । ଗାଡି ଉପରେ ପଣସ ଓ କଖାରୁ ରହିଥିବା ବେଳେ ଏହାର ତଳେ କିନ୍ତୁ ରହିଥିଲା ୩୧ ବସ୍ତା ଗଞ୍ଜେଇ । ଯାହାର ଓଜନ ପ୍ରାୟ  ୮ କୁଇଣ୍ଟାଲ ହୋଇଥିବା ବେଳେ ବଜାର ମୁଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି । ତେବେ ଚୋରା ଚାଲାଣ କରୁଥିବା ବ୍ୟକ୍ତି ଜଣକ ଗାଡିର ଡ୍ରାଇଭର ସହ ମାଲିକ ହୋଇଥିବା ବେଳେ ସେ ମାଲକାନଗିରି ପୋଲିସ ବିଭାଗର ଜଣେ କନେଷ୍ଟବଳ ବୋଲି ଜଣାପଡିଛି । ତାଙ୍କ ନାଁ ସଞ୍ଜୀବ ହିରା ଓ ତାଙ୍କ ଘର ଜିଲ୍ଲାର ଏମ.ଭି. ୭ ଗାଁରେ । ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.