ଗୋଟିଏ ରାଜ୍ୟରେ ହତ୍ୟା ମାମଲା , ଅନ୍ୟ ରାଜ୍ୟରେ ପୋଲିସ : ୧୯ ବର୍ଷ ହେଲା ଧରାପଡୁ ନଥିବା ଥିବା କନଷ୍ଟେବଳ ନାମରେ ଠକେଇ କେଶ୍

Published By : Prameya-News7 Bureau | February 04, 2020 IST

ବରୋଲି ୦୪/୦୧- ହତ୍ୟା ମାମଲାରେ ଦୋଷୀ ହୋଇ ବି ଜଣେ ୧୯  ବର୍ଷ ଧରି ଆଇନକୁ ଫାଙ୍କି ଆରାମରେ ରହିପାରେ !  କେବଳ ରହିପାରେନି ବେଶ୍‌ ବିନ୍ଦାସରେ ପୋଲିସ ଚାକିରି ବି କରିପାରେ । ଏହା ଅବିଶ୍ୱାସ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶର ଏହି ଘଟଣାଟି ଏବେ  ସାମ୍ନାକୁ ଆସିଛି । ଧରିପଡିଛନ୍ତି ଜଣେ ପୋଲିସ କନଷ୍ଟେବଳ । ଉତ୍ତରପ୍ରଦେଶର ବରେଲିରେ ୨୨ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାରେ ଦୋଷୀ ହୋଇ ଥିଲେ ବି, ସଂପୃକ୍ତ ବ୍ୟକ୍ତି ୧୯ ବର୍ଷ ହେଲା ଉତ୍ତରାଖଣ୍ଡ ପୋଲିସରେ ଚାକିରି କରିଛନ୍ତି ।

ବରେଲିର ଏକ ଅଦାଲତ ମୁକେଶ କୁମାର ନାମକ ଜଣେ  ବ୍ୟକ୍ତିଙ୍କୁ ଏକ ହତ୍ୟା ମାମାଲାରେ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେବାପରେ ଘଟଣାଟି ସ୍ପଷ୍ଟ ହୋଇଛି ।ମୁକେଶ ଜଣେ ପୋଲିସ କର୍ମଚାରୀ ଏବଂ ସେ ବରେଲି କ୍ୟାଣ୍ଟ ଥାନା ଅନ୍ତର୍ଗତ ଆଭାଇପୁରର ବାସିନ୍ଦା ।ସେ ବର୍ତ୍ତମାନ ଆଲମୋରା ଥାନାରେ କାର୍ଯ୍ୟରତ ।  ୨୨ ବର୍ଷ ତଳେ ଘଟିଥିବା ଏକ ହତ୍ୟା କାଣ୍ଡରେ ସେ ଜଡିତ ଥିବା ଜଣାପଡିବାପରେ ତାଙ୍କ ନାମରେ ପନ୍ତନଗର ପୋଲିସ ଥାନାରେ ଏକ ଠକେଇ ମାମଲା ରୁଜ୍ଜୁ ହୋଇଛି ।

ମୁକେଶ କୁମାର  ୨୨ ବର୍ଷ ତଳେ ଏକ ହତ୍ୟା ମାମଲାରେ ଜଡିତ ଥାଇ ବି କିପରି ୧୯ ବର୍ଷ ହେଲା ଅଭିଯୋଗକୁ ଏଡାଇ ଚାଲିଥିଲା , ତାହାର ତଦନ୍ତ ପରେ ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ । ୨୦୦୧ ମସିହାରେ ଉତ୍ତରାଖଣ୍ଡ ପୋଲିସ ବିଭାଗରେ ଚାକିରି ପାଇଥିଲେ ମୁକେଶ କୁମାର । ସେ ସେତେବେଳେ ତାଙ୍କ ଘର ଠିକଣା ସ୍ଥାନରେ  ଉତ୍ତରାଖଣ୍ଡର ଉଦ୍ଦାମ ସିଂ ନଗର ବୋଲି ଲେଖିଥିଲେ । ତେବେ ୨୦୦୦ ମସିହା ନଭେମ୍ବର ୯ ରେ ଉତ୍ତରପ୍ରଦେଶରୁ ଅଲଗା ହୋଇଥିଲା ଉତ୍ତରାଖଣ୍ଡ ।

ତେବେ ନରେସ କୁମାର ନାମରେ ଜଣେ ବରେଲି ବାସିନ୍ଦା  ଅଲମୋରା ପୋଲିସ ଏସ୍‌ପିଙ୍କୁ ଚିଠି ଲେଖି ମୁକେସଙ୍କୁ ଧରାପକାଇ ଦେଇଥିଲେ । ସେ ଏସ୍‌ପିଙ୍କୁ ଜଣାଇଥିଲେ ଯେ , ୧୯୯୭ ରେ ବରେଲିରେ ଘଟିଥିବା ଏକ ହତ୍ୟାଘଟଣାରେ ମୁକେଶ କୁମାର  ସଂପୃକ୍ତ । ଏବଂ ତାକୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପରେ ପୋଲିସ ପକ୍ଷରୁ ମୁକେସ କୁମାରଙ୍କ ନାମରେ ଠକେଇ ମାମାଲା ରୁଜ୍ଜୁ ହୋଇଛି । କିନ୍ତୁ ଏହା ମଧ୍ୟରେ ମୁକେଶ ଉତ୍ତରାଖଣ୍ଡ ପୋଲିସରେ ତଥା ସେହି ରାଜ୍ୟର ବିଭିନ୍ନ ଥାନାରେ ୧୯ ବର୍ଷ କାମ କରିସାରିଥିବା ଜଣାପଡିଛି । ତେବେ ତଦନ୍ତ ପରେ ହିଁ ମୁକେଶ ବିରୋଧରେ ଠୋସ କାର୍ଯ୍ୟାନୁଷ୍ଟାନ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.