ଖାକି ବର୍ଦ୍ଦିରେ ସଇତାନ ! ଦେଢ ବର୍ଷର ଶିଶୁକୁ ସିଗାରେଟ ଚେଙ୍କ ଦେଲେ ପୋଲିସ କନଷ୍ଟେବଳ

Published By : Prameya-News7 Bureau | October 31, 2020 IST

ରାୟପୁର, ୩୧୧୦:  ଛତିଶଗଡର ବାଲୋଦ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୋଲିସ କନଷ୍ଟେବଳ ନୃଶଂସତାର ସମସ୍ତ ସୀମା ସରହଦ ପାର୍ କରିଦେଇଛନ୍ତି । କନଷ୍ଟେବଳଜଣଙ୍କ ଏକ ଦେଢ ବର୍ଷର ଶିଶୁକୁ ସିଗାରେଟରେ ଚେଙ୍କ ଦେଇଥିବା ଜଣାପଡିଛି । ଶିଶୁଟି ନିଜ ବାପାଙ୍କ ନା ନନେବାରୁ କନଷ୍ଟେବଲଜଣଙ୍କ ଏପରି କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୁକ୍କ କନଷ୍ଟେବଳଙ୍କୁ ଗିରଫ କରାଯାଇଛି ।

ବାଲୋଦ ଜିଲ୍ଲା ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ କନଷ୍ଟେବଳ ଅବିନାଶ ରାୟଙ୍କୁ ଗିରଫ କରାଯାଇଛି । ଅବିନାଶ ଶିଶୁଟିକୁ ସିଗାରେଟରେ ଚେଙ୍କ ଦେଇଥିବା ସହ ବାପା ଡାକିବାକୁ ବାଧ୍ୟ କରିଥିଲେ । ଏପରିକି ଶିଶୁର ମାଆକୁ ମଧ୍ୟ ମାଡ ମାରିଥିଲେ । ଶିଶୁର ମାଆ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଶନିବାର ହିଁ ପୋଲିସ ଅବିନାଶକୁ ଗିରଫ କରିଛି ।

ପୋଲିସ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ କନଷ୍ଟେବଳଙ୍କ ପୋଷ୍ଟି ପୂର୍ବରୁ ବାଲୋଦ ଜିଲ୍ଲାରେ ହୋଇଥିଲା । ଗୋଟିଏ ମାସ ପୂର୍ବରୁ ତାଙ୍କୁ ଦୁର୍ଗ ଜିଲ୍ଲାକୁ ବଦଳି କରାଯାଇଥିଲା । ଏଠାରେ ଥିବା ବେଳେ ମହିଳାଜଣଙ୍କ ସଂପୃକ୍ତ କନଷ୍ଟେବଳଙ୍କଠୁ କିଛି ଟଙ୍କା ଧାର ଆଣିଥିଲେ । ଯାହାକୁ ଫେରସ୍ତ ନେବା ପାଇଁ ଅବିନାଶ ଗତ ୨୪ ତାରିଖରେ ମହିଳାଙ୍କ ଘରକୁ ଯାଇଥିଲା । ଏପରିକି ମହିଳାଙ୍କ ଘରେ ହିଁ ରହିଯାଇଥିଲା । ଆହୁରି ମଧ୍ୟ ମହିଳାଙ୍କ ଶିଶୁକୁ ସେ ବାପା ଡାକିବାକୁ କହିଥିଲା ।

ଶିଶୁଟି କିଛି ନକହିବାରୁ ଅବିନାଶ ଶିଶୁଟିର ଶରୀରକୁ ସିଗାରେଟରେ ଚେଙ୍କ ଦେବା ସହ ମହିଳାଙ୍କୁ ମଧ୍ୟ ମାଡ ମାରିଥିଲା । ଅଭିଯୋଗ ପରେ ଅବିନାଶ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.