ଅଟୋରେ ଚାଲାଣ ବେଳେ ମାଡିବସିଲା ପୋଲିସ: ଦେଢ଼ କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

Published By : Prameya-News7 Bureau | September 07, 2021 IST

ଭଦ୍ରକ ୦୭/୦୯: ଅଟୋରେ ଯାଉଥିଲା ନକଲି ଜର୍ଦ୍ଦା । ଅଟୋ ସହ ନକଲି ଜର୍ଦ୍ଦାକୁ ଜବତ ଧରିଲା ପୋଲିସ । ଏଥିରେ ସମ୍ପୃକ୍ତ ଜଣକୁ ଗିରଫ ମଧ୍ୟ କରିଛି ପୁରୁଣାବଜାର ପୋଲିସ । ସୂଚନା ଅନୁଯାୟୀ, ଏକ ଅଟୋ ଯୋଗେ ପୁରୁଣାବଜାର ଥାନା ଲାହାପଟି ଅଞ୍ଚଳରୁ ଯାଜପୁରକୁ ନକଲି ଜର୍ଦ୍ଦା ଚାଲାଣ ହେଉଥିଲା । ଏହି ସମୟରେ ପୁରୁଣାବଜାର ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା ।

wp:gallery {"ids":[507647],"linkTo":"none"} /wp:gallery

ଯାଞ୍ଚ ସମୟରେ ଅଟୋ ମଧ୍ୟରେ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଥିବା ପୋଲିସ ଜାଣିବାକୁ ପାଇବା ପରେ, ନକଲି ଜର୍ଦ୍ଦା ସହ ଅଟୋକୁ ଜବତ କରିଛି ପୋଲିସ । ପ୍ରାୟ ଦେଢ଼ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ପୁରୁଣାବଜାର ପୋଲିସ । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.