Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆକ୍ସନ ମୋଡ୍‌ରେ ନୂଆ ପୋଲିସ କମିଶନର, ଅଚାନକ କଲେ ଚୌଦ୍ବାର ଜେଲ୍ ପରିଦର୍ଶନ

25/08/2019 at 1:50 PM

ଚୌଦ୍ବାର ୨୫|୮: ପୋଲିସ କମିଶନର ସୁଧାଂଶୁ ଶେଖର ଷଡଙ୍ଗୀଙ୍କ ଅଚାନକ ଚୌଦ୍ବାର ଜେଲ୍ ପରିଦର୍ଶନରେ ଆସିଛନ୍ତି । ତାଙ୍କ ସହ କଟକ ଡିସିପି ଆଖିଳେଶ୍ବର ସିଂ, କଟକ ଚାରୋଟି ଜୋନର ଏସିପି, ସବୁ ଥାନାର ଇନ୍ସପେକ୍ଟର ଓ ସ୍ପେସିଆଲ ସ୍କ୍ବାଡ୍ ଇନସ୍ପେକ୍ଟର ସାମିଲ ଅଛନ୍ତି ।

ଦାୟିତ୍ବ ଗ୍ରହଣ ପରେ କମିଶନରଙ୍କ ଏହା ପ୍ରଥମ ଚୌଦ୍ବାର ଜେଲ୍ ପରିଦର୍ଶନ। ଜେଲ୍ ମଧ୍ୟରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ମାନଂକୁ ଚିହ୍ନଟ କରିବା ସହ ସେମାନଙ୍କ ସହ ଆଲୋଚନା କରିବା ଏହି ପରିଦର୍ଶନର ମୂଳ ଲକ୍ଷ୍ୟ ଥିବା ଜଣାପଡିଛି । ଗତକାଲି ଚୌଦ୍ବାର ଜେଲ୍ ଅଧୀକ୍ଷକ ପ୍ରଦୀପ୍ତ ବେହେରାଙ୍କ ହଠାତ୍ ବଦଳି ହେବା ଏବଂ ଆଜି ପୋଲିସ କମିଶନରଙ୍କ ଅଚାନକ ଗସ୍ତକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି।

   Related Posts