Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

‘ଅନେକ ଶିକ୍ଷିତ ଲୋକ ମଧ୍ୟ ମାସ୍କ ପିନ୍ଧୁ ନାହାଁନ୍ତି, ନିୟମ ନମାନିଲେ ବଢାଯିବ ଜରିମାନା ରାଶି’- ପୋଲିସ କମିଶନର

17/09/2020 at 9:38 PM

ଭୁବନେଶ୍ୱର, ୧୭/୦୯ :   ଆଗାମୀ ଦିନରେ କରୋନା ଜନିତ ସମସ୍ୟାର ସମାଧାନ ହେବ । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନ୍ୟୁଜ୭ ସହ ସ୍ୱତନ୍ତ୍ର ଆଲୋଚନାରେ କହିଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଢଙ୍ଗୀ ।

ପୋଲିସ କମିଶନର କହିଛନ୍ତି ଯେ, ଏବେସୁଦ୍ଧା ଟ୍ୱିନସିଟିରେ ୧ଲକ୍ଷ ୮୦ ହଜାର ଲୋକଙ୍କଠାରୁ ଫାଇନ୍ ଆଦାୟ କରାଯାଇଛି । ଏବେ ଟ୍ୱିନସିଟିରେ କରୋନା ପିକ୍‌ରେ ଅଛି । ଏଭଳି ପରିସ୍ଥିତିରେ ପୋଲିସ ତାର କର୍ତ୍ତବ୍ୟ କରୁଛି । ଭୁବନେଶ୍ୱରରେ ଏବେ ବିଭିନ୍ନ ଜୋନ୍ କରି କରୋନା ସ୍ଥିତି ନିୟନ୍ତ୍ରଣ କରାଯାଉଛି । ଜୀବନଜୀବିକା ଉପରେ ଗୁରୁତ୍ୱ ଦେଇ ପୋଲିସ ତାହାର କାମ କରୁଛି ।

ସେ ଆହୁରି କହିଛନ୍ତି ଯେ, ଲୋକମାନେ ଜାଣିଶୁଣି ଦୋକାନ ଆଗରେ ଭିଡ କରନ୍ତୁ ନାହିଁ । ଦୋକାନୀ ଭିଡ ନିୟନ୍ତ୍ରଣ କରିନପାରିଲେ ପୋଲିସକୁ ଜଣାଇବାକୁ ସେ କହିଛନ୍ତି । ଅନେକ ଶିକ୍ଷିତ ଲୋକ ମାସ୍କ ପିନ୍ଧୁ ନାହାଁନ୍ତି । ନିୟମ ନମାନିଲେ ଜରିମାନା ରାଶି ବୃଦ୍ଧି କରାଯାଇପାରେ ବୋଲି ପୋଲିସ କମିଶନର କହିଛନ୍ତି ।

   Related Posts