ପେଟ୍ରୋଲ ପମ୍ପ୍‌ ଅଗ୍ନିକାଣ୍ଡ ଘଟଣା : ପୋଲିସ କମିଶନର କହିଲେ ଜଣଙ୍କର ମୃତ୍ୟୁ, ଜଣେ ନିଖୋଜ, ମାଂସ ଖଣ୍ଡର ହେବ ଡିଏନଏ ଟେଷ୍ଟ

Published By : Prameya-News7 Bureau | October 08, 2020 IST

ଭୁବନେଶ୍ବର ୮।୧୦: ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଏ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏଲପିଜି ଗ୍ୟାସ୍ ରିଫିଲିଙ୍ଗ ବେଳେ ୪ ଜଣ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିସାରିଛି । ଜଣଙ୍କର ସନ୍ଧାନ ମିଳିନାହିଁ । ତେବେ ଜବତ ମାଂସ ଖଣ୍ଡର ଡିଏନଏ ଟେଷ୍ଟ କରାଯିବ । ମାଂସ ଖଣ୍ଡ ଓ ହାଡକୁ ଫୋରେନସିକ୍ ଲ୍ୟାବ୍ କୁ ପଠାଯିବ । ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନୀୟ ଅଞ୍ଚଳକୁ ମୁକ୍ତ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ।

{"id":340559,"sizeSlug":"large"}

ଗତକାଲି ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ତଦନ୍ତ ସମୟରେ ଜଣା ପଡିଛି ବିସ୍ଫୋରଣର କାରଣ । ବ୍ଲାଷ୍ଟ ବେଳେ ସାଢେ ୪ ଟନ୍ ଏଲପିଜି ଥିଲା ଏବଂ ୧୦ ହଜାର ଲିଟର ପାଣି ଥିଲା । ଟାଙ୍କିରେ ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା । ତାପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ସଫଳ ହୋଇଥିଲା । କିନ୍ତୁ ଯେତେବେଳେ ଏଲପିଜି ରିଫିଲିଂ ହୋଇଥିଲା, ସେତେବେଳେ ଲିକ୍ ହୋଇ ବ୍ଲାଷ୍ଟ ହୋଇଥିଲା ।

{"id":340012,"sizeSlug":"large"}

ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ ଏନେଇ ସୂଚନା ଦେଇଛନ୍ତି । ବିସ୍ଫୋରଣ ପରେ ବିଭାଗ ତଦନ୍ତ ଆରମ୍ଭ କରି ସାରିଛି । ଫିଲିଂ ଷ୍ଟେସନ ପରିସରରେ ତଦନ୍ତ ଚାଲିଛି । ମୃତକଙ୍କ ବାବଦରେ ମଧ୍ୟ ତଦନ୍ତ କରାଯାଉଛି । ଆହତ ଲୋକଙ୍କୁ ଚିକିତ୍ସା ପରେ ପଚରାଉଚରା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.