କମିଶନରେଟ୍ ପୋଲିସର ବଡ ଘୋଷଣା : ଏବେ କେବଳ ଦେବାକୁ ପଡିବ ୫ଟି ଫାଇନ୍, ଜାଣନ୍ତୁ କ’ଣ

Published By : Prameya-News7 Bureau | September 07, 2019 IST

ଭୁବନେଶ୍ବର ୭|୯:  ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଗାଡି ଚଳାଇବାକୁ ଡରିଲେଣି ଚାଳକ । ଗାଡିର ଦାମ୍ ଯେତିକି ନୁହେଁ ଏବେ ଫାଇନ୍ ଦେବାକୁ ପଡୁଛି ସେତିକି । ଲୋକମାନେ ଭୟରେ ଗାଡି ବାହାରକୁ ନେଇ ଯାଉନାହାନ୍ତି । ଏଭଳି ପରିସ୍ଥିତିରେ ଭୁବନେଶ୍ବର ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି ।

ନୂଆ ଟ୍ରାଫିକ୍ ନିୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର । ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ସିପି । ଏବେ କେବଳ ୫ଟି ଜିନିଷଙ୍କୁ ନେଇ ଫାଇନ୍ ହେବ । ସେଗୁଡିକ ହେଲା...

୧.ତିନି ଜଣଙ୍କୁ ଗାଡିରେ ବସାଇଲେ

୨.ମଦ ପିଇ ଗାଡିଚଳାଇଲେ

୩.ମୋବାଇଲରେ କଥା ହେଲେ

୪.ସିଟ୍ ବେଲ୍ଟ ନବାନ୍ଧିଲେ

୫.ହେଲମେଟ୍ ନପିନ୍ଧିଲେ

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧ ତାରିଖଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ୁଛି । ଏହି ଆଇନ ସାରା ଦେଶରେ କଡାକଡି କରାଯାଇଥିବା ବେଳେ ଓଡିଶାରେ ମଧ୍ୟ ଏହି ଆଇନକୁ କଡାକଡି ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.