କାଶ୍ମୀରରେ ଆତଙ୍କବାଦୀଙ୍କୁ ଧୂଳି ଚଟାଇଥିବା କମାଣ୍ଡୋଙ୍କୁ ଜେଲ୍‌ ପଠାଇଲା ପୁଲିସ୍‌, ମାମଲା ଗୃହମନ୍ତ୍ରାଳୟକୁ ଗଲା

Published By : Prameya-News7 Bureau | August 25, 2019 IST

ମିରଟ .- କାଶ୍ମୀରରୁ ଆତଙ୍କବାଦୀଙ୍କୁ ଧୂଳି ଚଟାଇଥିବା ଜଣେ କମାଣ୍ଡୋଙ୍କୁ ଉତ୍ତରପ୍ରଦେଶ ପୁଲିସ ୩ଟି ମାମଲାରେ ଫସାଇ ଜେଲ୍‌ ପଠାଇଥିବା ଅଭିଯୋଗ ହୋଇଛି । ଏହାପରେ ମାମଲା ଗୃହମନ୍ତ୍ରାଳୟ ନିକଟରେ ପହଞ୍ଚିଛି । ବାରାମୂଲାରେ ସିଆର୍‌ପିଏଫ୍‌ କମାଣ୍ଡୋ ଥିବା ସତେନ୍ଦ୍ର ଚୌଧୁରୀ ୧୫ ଦିନ ଛୁଟିରେ ଘରକୁ ବୁଲିବା ପାଇଁ ଆସିଥିଲେ । ସେ ମଟର ସାଇକେଲ୍‌ରେ ଯାଉଥିବା ବେଳେ ଜଣେ ଡେଲିଭରୀ ବୟ ଜୋରରେ ଗାଡି ଚଳାଇ ଯାଉଥିଲା । ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ଓ ପରେ ମାରପିଟ୍‌ ହୋଇଥିଲା ।

ପରେ ପୁଲିସ୍‌ ସତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନାମରେ ମାରପିଟ୍‌, ଲୁଟ୍‌ ଓ ଲାଇସେନ୍ସ ବନ୍ଧୁକର ଦୂରୁପଯୋଗ ମାମଲା ପୁଲିସ ରୁଜୁ କରିଛି । ଏହାପରେ ସିଆର୍‌ପିଏଫ୍‌ ମାମଲାକୁ ଗୃହମନ୍ତ୍ରାଳୟ ନିକଟକୁ ନେଇଛି । ଗୃହମନ୍ତ୍ରାଳୟ କମାଣ୍ଡୋଙ୍କର ପତ୍ନୀ ଓ ପୁଅକୁ ଦିଲ୍ଲୀ ଡକାଇଛନ୍ତି । କେବଳ ସେତିକି ନୁହଁ ପୁଲିସ କମାଣ୍ଡୋଙ୍କୁ ଖରାପ ବ୍ୟବହାର ଦେଖାଇବା ସହ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି ।

କମାଣ୍ଡୋଙ୍କର ପରିବାର ଲୋକ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ଭେଟି ପୁଲିସ ଖରାପ ବ୍ୟବହାର ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଅନେକ ନେତା ପୁଲିସର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।
ଏବେ ଚୌଧୁରୀ ସିଆର୍‌ପିଏଫ୍‌ରେ ହେଡ୍‌ କନେଷ୍ଟବଳ ସହ କମାଣ୍ଡୋ ଅଛନ୍ତି । ସେ କାଶ୍ମୀର ହିଂସା ପ୍ରବଣ ଅଞ୍ଚଳ ବାରାମୂଲାରେ କାର୍ଯ୍ୟରତ ଅଛନ୍ତି ।

ଏ ବିଷୟରେ କମାଣ୍ଡୋଙ୍କ ପତ୍ନୀ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କୁ ଦେଇଥିଲେ । ପରେ ଗୃହମନ୍ତ୍ରଳୟକୁ ଏ ବିଷୟରେ ଅବଗତ କରାଯାଇଥିଲା । ଏହି ମାମଲାରେ ତାଙ୍କୁ ସମ୍ପୂର୍ଣ୍ଣ ସହୋଯଗ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମିରଠ ପୁଲିସ ଉପରେ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.