Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ପୃଥକ ସ୍ଥାନରୁ ଭୋଜିଭାତ ଜବତ କରାଯାଇ ଗ୍ରାମରେ ବଣ୍ଟନ

19/05/2021 at 9:14 PM

ଦିଗପହଣ୍ଡି, ୧୯/୫: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଭ୍ରମରବର ପଲ୍ଲୀ ଗ୍ରାମ ଓ ଗୋକର୍ଣ୍ଣପୁର ପଞ୍ଚାୟତ ଲାଡିଗାଁରେ ପୋଲିସ ଏବଂ ପ୍ରଶାସନ ମିଳିତ ଚଢ଼ାଉ କରିଛି l ଉକ୍ତ ଗ୍ରାମରେ ବାହାଘର ନିମନ୍ତେ ବେଆଇନ ଭାବେ ଭୋଜିଭାତ ଆୟୋଜନ ଚାଲିଥିବା ବେଳେ ଦିଗପହଣ୍ଡି ଥାନା ଓ ନୂଆଗାଁ ଥାନାର ପୋଲିସ କର୍ମଚାରୀଙ୍କ ସହିତ ତହସିଲ କର୍ମଚାରୀ ମାନେ ମିଳିତଭାବେ ଅତର୍କିତ ଚଢ଼ାଉ କରି ଭୋଜିଭାତ ଜବତ କରିବା ସହ ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି ।

ଏଥିସହ ପ୍ରଶାସନ ପକ୍ଷରୁ ଜବତ ଭୋଜିକୁ ନିଜ ନିଜ ଗ୍ରାମରେ ବଣ୍ଟନ କରାଯାଇଛି । ଖବରନୁଯାୟୀ, ସମଗ୍ର ଦେଶ ତଥା ରାଜ୍ୟବାସୀ ମହାମାରୀ କରୋନା ଭୟାବହତାକୁ ନେଇ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି କରିଛନ୍ତି । ଯାହାଫଳରେ ସରକାରଙ୍କ କୋଭିଡ ଗାଇଡ ନିୟମ ଅନୁସାରେ ଜିଲ୍ଲା ପ୍ରଶାସନ ଭୋଜିଭାତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ ନିୟମ ଅନୁସାରେ ବାହାଘର ଭୋଜି ନିମନ୍ତେ ୫୦ ଜଣକୁ ଅନୁମତି ମିଳିଥିବା ବେଳେ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉକ୍ତ ତିନୋଟି ଗ୍ରାମରେ ପରିବାର ଲୋକେ କୋଭିଡ କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ଉଲଘଂନ କରି ଭୋଜି ଭାତର ଆୟୋଜନ କରିଥିଲେ । କିନ୍ତୁ ଏହି କୋଭିଡ ଖିଲାଫକାରୀଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ସଦାସର୍ବଦା ତତ୍ପର ହୋଇ ଆସୁଥିବା ବେଳେ ବିଶେଷ ସୁତ୍ରରୁ ଖବରପାଇ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଦିଗପହଣ୍ଡି ପୋଲିସ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ବଳଭଦ୍ର ଗଣ୍ଡ ଓ କର୍ମଚାରୀମାନେ ଘଟଣାସ୍ଥଳରେ ଚଢ଼ାଉ କରି ଭୋଜିଭାତକୁ ଜବତ କରିବା ସହ ୧୦ ହଜାର ଜୋରିମାନା ଆଦାୟ କରିଥିବା ସୂଚନା ମିଳିଛି ।

ଏହି ଚଢାଉ ଧରପଗଡରେ ରାଜସ୍ବ ନିରୀକ୍ଷକ ଫକୀରମୋହନ ରାଉତ , ବିଘ୍ନେଶ୍ୱର ଆଚାର୍ଯ୍ୟ , ନିରୀକ୍ଷିକା ପୁଷ୍ପାଞ୍ଜଳୀ ମଲ୍ଲିକ , ସଞ୍ଜୁକ୍ତା ମହାପାତ୍ର, ସୁପରଭାଇଜର ବାବୁ ସେଠୀ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

   Related Posts