ଦିନ ୧୨ଟା ପରେ ଖୋଲିଥିଲେ ଦୋକାନ, ପହଞ୍ଚିଗଲା ପୋଲିସ୍‌, ମୋଟା ଅଙ୍କର ଜୋରିମାନା

Published By : Prameya-News7 Bureau | May 10, 2021 IST

ଭଦ୍ରକ, ୧୦/୦୫: ଭଦ୍ରକରେ ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ  ଅମାନିଆ ଦୋକାନୀଙ୍କୁ ସବାଡ କରାଯାଉଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାରରେ ଏକ ଦୋକାନକୁ କୋଭିଡ଼ ନିୟମ ଉଲଂଘନ ଅଭିଯୋଗରେ ୨୦ ହଜାର ଟଙ୍କା ଫାଇନ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ନକୁଳ ଦାସ ନାମକ ବ୍ୟକ୍ତି କୋଭିଡ଼ ନିୟମ ଉଲଂଘନ କରି ଦିନ ୧୨ ଟା ପରେ ଦୋକାନ ଖୋଲା ରଖିଥିଲେ । ପୋଲିସ ଯାଞ୍ଚ ସମୟରେ ପୋଲିସ୍‌ ହାବୁଡ଼ରେ ସେ ପଡ଼ିଥିଲେ । ଯାହାକୁ ନେଇ ପୋଲିସ୍‌ ଦୋକାନୀଙ୍କୁ ୨୦ ହଜାର ଟଙ୍କା ଫାଇନ ସହ ୨ ଦିନ ଦୋକାନକୁ ସିଲ୍ କରିଛି । ଏସପି ଚରଣ ସିଂ ମିନାଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଥାନା ଅଧିକାରୀ ଦୋକାନୀଙ୍କ ଠାରୁ ଫାଇନ ସହ ୨ ଦିନ ଦୋକାନକୁ ସିଜ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.