Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ହାଇଦର ଏନକାଉଣ୍ଟରରେ ପୋଲିସର କ୍ଲିୟର ସିଗ୍ନାଲ: ପ୍ରମାଦ ଗଣିଲେଣି ଅନ୍ୟ ଗ୍ୟାଙ୍ଗଷ୍ଟାର, ଚାପରେ ପେଶାଦାର ଅପରାଧୀ

26/07/2021 at 6:32 PM

ଭୁବନେଶ୍ଵର ୨୬।୦୭: ଅପରାଧୀ ସିନା ଚ୍ୟାଲେଞ୍ଜ ଦେଉଛନ୍ତି ହେଲେ ପୋଲିସ କିନ୍ତୁ କ୍ଲିୟର ସିଗନାଲ ଦେଇସାରିଲାଣି ଯେ ଏଣିକି ଜିରୋ ଟଲେରାନ୍‌ସ। ଟିକେ ଅଗଲ ବଗଲ ହେଲେ ପୋଲିସର ବନ୍ଧୁକ ଫୁଟି ଯାଇପାରେ। ଏପରି କି ବିହାର ୟୁପି, ଆନ୍ଧ୍ରପ୍ରଦେଶ ଭଳି  ଗ୍ୟାଙ୍ଗଷ୍ଟର ସଫେଇ ଅଭିଯାନ ଆଗକୁ ଆରମ୍ଭ ହୋଇଯାଇପାରେ ଏମିତି ଚର୍ଚ୍ଚା ହେଲାଣି। ସେପଟେ ହାଇଦର ଏନକାଉଣ୍ଟର ମାମଲାରେ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ ।

ପୋଲିସର କ୍ଲିୟର ସିଗ୍ନାଲ ଜେଲ ଭିତରେ ଭାଇଗିରି ଚଲେଇଲେ କିଛି ବି ହେଇପାରେ। ସେପଟେ TDBR ଙ୍କୁ ପଡ଼ିଲାଣି ଭାଳେଣି। କାଳେ କେତେବେଳେ ଜେଲ୍‌ ଟ୍ରାନ୍‌ସଫର କରିବାକୁ ଡାକରା ଆସିଯିବ।  ହାଇଦର୍‌ର ଗେମ୍‌ ଓଭର୍‌ ପରେ ଟି ଫର ଟିଟୋ, ଡି ଫର ଧଳ ବ୍ରଦର୍ସ ଆଉ ବି ଫର ବିକ୍ରମ ମଲ୍ଲିକ ଆଉ ଆର ଫର ରାଜା   ପ୍ରମାଦ ଗଣିଲେଣି। ପେଶାଦାର ଅପରାଧୀ ଫୁଲ୍‌ ପ୍ରେସର୍‌ରେ । ଜେଲ୍‌ ଭିତରେ ଅପରାଧିକ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗରେ ବାରମ୍ବାର ବିଭିନ୍ନ ଜେଲ୍‌କୁ ସ୍ଥାନାନ୍ତର ହେଉଥିବାରୁ ହାଇଦର୍‌ ଭଳି ଅବସ୍ଥା ହେବା ଆଶଙ୍କାରେ ଏମାନେ ଆତଙ୍କିତ ।

୧୬ ବର୍ଷ ମଧ୍ୟରେ ହାଇଦରକୁ ମିଶାଇ ୫  ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି।  ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଦିପୁ, ରାଜେଶ, ଚଗଲା ମଲ୍ଲିକ ଓ ଟେରୁ ଭଳି ନାଁ । ଗୋଟିଏ ଜେଲ୍‌ରେ ଅତି ବେଶିରେ ୩ରୁ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରଖାଯିବାକୁ ଜେଲ୍‌ ବିଭାଗ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ୧୫୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ମୂଳ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରାଯାଉଛି।  ସେହି ଅନୁସାରେ ବଲାଙ୍ଗୀର ଜେଲ୍‌ରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ, ବାଲେଶ୍ବର ଜେଲ୍‌ରେ ସୁଶୀଲ ଧଳସାମନ୍ତ ଥିବା ବେଳେ ବାରିପଦା ସର୍କଲ ଜେଲ୍‌ରେ କଟକର ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ ସେକ୍ ରାହୁଲ୍ ଓ ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ରାଜନ ମିଶ୍ର ପ୍ରମୁଖ ଅଛନ୍ତି ।

ସେହିପରି ଗ୍ୟାଙ୍ଗଷ୍ଟର ସକିଲ ପ୍ରଥମେ ଚୌଦ୍ବାର ଓ ପରେ କେନ୍ଦୁଝରରେ ରହିଥିଲା। ଏବେ ତାକୁ ବ୍ରହ୍ମପୁର ଜେଲରେ ରଖାଯାଇଛି। ବିକ୍ରମ ମଲ୍ଲିକ ଏବେ ଝାରପଡ଼ାରୁ ସମ୍ବଲପୁର ଜେଲ୍‌କୁ ସ୍ଥାନାନ୍ତର ହୋଇଥିବା ବେଳେ ଝାରପଡ଼ା ଜେଲରେ ରାଜା ଆଚାର୍ଯ୍ୟ, ରାଜେନ୍ଦ୍ର ବାରିକ ଓରଫ ରାଜୁ ପ୍ରମୁଖ ରହିଛନ୍ତି। ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ନିକଟରେ ବ୍ରହ୍ମପୁର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଛି ।

ସେପଟେ ଗ୍ୟାଙ୍ଗଷ୍ଟର୍ ହାଇଦର୍ ଏନକାଉଣ୍ଟର୍ ଘଟଣାରେ ନିଜଆଡ଼ୁ ହସ୍ତକ୍ଷେପ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ୍। ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି, ଟୁଇନ୍ ସିଟି କମିଶନର୍,  ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ  ରିପୋର୍ଟ ତଲବ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏନକାଉଣ୍ଟର ମାମଲାରେ ସିମୁଳିଆ ଥାନାରେ ଏତଲା ଦେଇଛନ୍ତି ସିମୁଳିଆ ଆଇଆଇସି ଗଙ୍ଗାଧର ଶାସେନି । ପରିସ୍ରା ଯିବା ବାହାନାରେ ହାଇଦର୍‌ ପୋଲିସର ଏକେ-୪୭ ରାଇଫଲ୍‌ ଛଡ଼େଇ ନେଇଥିବା ବେଳେ ପୋଲିସକୁ ଧମକ ମଧ୍ୟ ଦେଇଥିବା ଏତଲାରେ ଉଲ୍ଲେଖ ହୋଇଛି ।  

   Related Posts