ମଧ୍ୟପ୍ରଦେଶ କୋଲାରରେ ଚାଞ୍ଚଲ୍ୟ, ଧମକଚମକ ଦେଇ ମହିଳା ଡାକ୍ତରଙ୍କ ପ୍ରତି ୨ ବର୍ଷ ହେଲା ଦୁଷ୍କର୍ମ କରୁଥିଲେ ପୋଲିସ ସିଆଇ

Published By : Prameya-News7 Bureau | May 02, 2019 IST

କୋଲାର ୨।୫:  ଜଣେ ମହିଳା ଆଯୁଷ ଡାକ୍ତରଙ୍କୁ ଧମକଚମକ ଦେଇ ଦୀର୍ଘ ୨ ବର୍ଷ ହେଲା ଦୁଷ୍କର୍ମ କରୁଥିବା ପୋଲିସ ସର୍କଲ ଇନ୍ସପେକ୍ଟର ଗିରଫ  ହୋଇଛନ୍ତି ।   ଗିରଫ ସିଆଇ ଧିରେନ୍ଦ୍ର ମଣ୍ଡଲା ଓ ସେ ଲଳିତ ନଗରର ବାସିନ୍ଦା ବୋଲି ଜଣାପଡିଛି । ଡାକ୍ତରୀ ମାଇନା ରିପୋର୍ଟ ମିଳିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ପୋଲିସ।

ଘଟଣା ଫିଲ୍ମ କାହାଣୀକୁ ବି ବଳିଗଲା । ମଧ୍ୟପ୍ରଦେଶ କୋଲାରରେ ଜଣେ ପୋଲିସ ସିଆଇ ଧିରେନ୍ଦ୍ର ମାଣ୍ଡଲା  ମହିଳା ଆୟୁଷ ଡାକ୍ତରଙ୍କୁ ଡରାଇ ଧମକାଇ ଗତ ୨ ବର୍ଷ ଯୌନ ଶୋଷଣ କରୁଥିଲେ। ଏ ନେଇ କାହାକୁ ଜଣାଇଲେ ଡାକ୍ତରଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପୋଲିସ ଡରରେ ମହିଳା ଡାକ୍ତର ତାଙ୍କ ପ୍ରତି ହେଉଥିବା ଶୋଷଣର ଅଭିଯୋଗ କରୁନଥିଲେ। ଏଥିରେ ମାନସମ୍ମାନ ହାନୀର ସେ ଭୟ କରୁଥିଲେ । ଯାହାର ଭରପୁର ଫାଇଦା ଉଠାଉଥିଲା ପୋଲିସ ପୋଷାକରେ ଧିରେନ୍ଦ୍ର।

 ସ୍ବାମୀଙ୍କ ମୃତ୍ୟୁପରେ ନିଜର ୨ ଝିଅଙ୍କ ସହ ରାଜହର୍ଷ କଲୋନୀରେ ରହୁଥିବା ଏହି ମିହଳା ଡାକ୍ତରାଣୀ ସେତେବେଳେ ସବୁ ଲଜ୍ଜା ଶରମକୁ ପଛ କରି ଥାନାକୁ ବାହାରିଲେ ଯେତେବେଳେ ତାଙ୍କ ଝିଅଙ୍କ ପ୍ରତି ଧିରେନ୍ଦ୍ରଙ୍କ ଦୁର୍ବଳତା ଥିବା ଜାଣିଲେ। ଗତ ବୁଧବାର ଧିରେନ୍ଦ୍ର ତାଙ୍କ ଘରକୁ ଆସି ସବୁ ଥର ଭଳି ଡରାଇ ଧମକାଇ ଦୁଷ୍କର୍ମ କରିବା ପରେ ମନ ଭିତରର ଇଛା ପ୍ରକଟ କରଥିଲେ। ଧିରେନ୍ଦ୍ର ଯିବା ପରେ ଡାକ୍ତରାଣୀ ନିକଟସ୍ଥ ଥାନାକୁ ଯାଇ ତାଙ୍କ ପ୍ରତି ପୋଲିସ କର୍ମଚାରୀଙ୍କ ନିର୍ଜାତନା ଘଟଣାର ଅଭିଯୋଗ କରିଥିଲେ। ମହିଳା ଡାକ୍ତରଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଏକ ମୋକଦ୍ଦମା ରୁଜୁ କରିବା ସହ ତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଥିଲା। ପରେ ଅଭିଯୋଗ ଆଧାରରେ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିବା ଥାନା ଆଇଆଇସି ଗଣମାଧ୍ୟମକୁ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.