ମାତିଛି ସାଇକୋ କିଲର : ୩ଜଣଙ୍କ ତଣ୍ଟିକାଟି ଖୁଲମଖୁଲା ବୁଲୁଛି ଦୁର୍ବୃତ୍ତ, ରାତି ତମାମ ପଇଁତରା ମାରୁଛି କମିଶନରେଟ୍ ପୋଲିସ

Published By : Prameya-News7 Bureau | July 26, 2019 IST

ଭୁବନେଶ୍ବର ୨୬|୭: କଟକରେ ସାଇକୋ କିଲର୍ ତିନି ଜଣଙ୍କୁ ହତ୍ୟା କରିବା ଘଟଣା ପରେ ରାଜଧାନୀରେ ବି ଆତଙ୍କ । କମିଶନରେଟ୍ ପୁଲିସ ଏହାକୁ ଗୁଜବ ବୋଲି କହିଛି ଏବଂ ନେଇ ଭୟଭୀତ ନ ହେବାକୁ ଅନୁରୋଧ କରିଛି। ଏହି ସାଇକୋ କିଲରକୁ  ଧରିବା ପାଇଁ ପୁଲିସ କଟକ ସହର ସାରା କଡ଼ା ପ୍ରହରା ବ୍ୟବସ୍ଥା କରିଛି। ପାଞ୍ଚ ପ୍ଲାଟୁନ୍ ପୁଲିସ ମୁତୟନ କରି ଜାଲ ବିଛାଇଛି ।

{"id":137451}

ଭୁବନେଶ୍ବରେର ମଧ୍ୟ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ରାଜଧାନୀର ବିଭିନ୍ନ ଅଞ୍ଚଳରେ କମିସନରେଟ ପୋଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ କରାଯାଇଛି । ଇନଫୋସିଟି, ପଟିଆ, ଚନ୍ଦ୍ରଶେଖରପୁର, ଖାରବେଳନଗର, ମଞ୍ଚେଶ୍ବର, ଖଣ୍ଡଗିରି, ଲିଙ୍ଗରାଜ, ରସୁଲଗଡ ଓ ବଡଗଡ ଥାନା ଅଞ୍ଚଳରେ ବ୍ୟାପକ ବ୍ଲକିଂ ଓ ଚେକିଂ କରାଯାଇଛି ।

{"id":137452}

ରାଜଧାନୀ ମଧ୍ୟକୁ ଆସୁଥିବା ୨ ଚକିଆ ଓ ୪ ଚକିଆ ଯାନ ଓ ସହର ମଧ୍ୟକୁ ବାହାରକୁ ଯାଉଥିବା ଗାଡି ଗୁଡିକର ତନତନ କରି ଯାଞ୍ଚ କରିଛି ପୋଲିସ । ଗତ ୪ ଦିନ ତଳେ ଖଣ୍ଡଗିରି ଥାନା ନିକଟରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ଫୋପାଡି ଦେବା ଘଟଣା ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ ।

{"id":137453}

ଗୁରୁବାର ରାତି ୧୧ଟାରେ ନିଜେ ପୋଲିସ କମିଶନର ଭରତପୁର, କଳିଙ୍ଗ ବିହାର, କଳିଙ୍ଗ ଷ୍ଟୁଡିଓ ଛକ, ଏୟାର ଫିଲ୍ଡ ଥାନା ଅଞ୍ଚଳ ଅଚାନକ ପରିଦର୍ଶନ କରିଛନ୍ତି । ଏହାସହ ମର୍ଡନ କଣ୍ଟ୍ରୋଲ ରୁମ୍ କୁ ମଧ୍ୟ ତଦାରଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.