Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ସଟଡାଉନ୍-୨ର ପ୍ରଥମ ସପ୍ତାହର୨ୟ ଦିନ: ଭଦ୍ରକରେ ପୋଲିସ ପକ୍ଷରୁ ଜୋରଦାର ଚେକିଂ

5/07/2020 at 9:01 AM

ଭଦ୍ରକ ୦୫।୦୭: ଭଦ୍ରକ ଜ଼ିଲ୍ଲାକୁ ଆଜି ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରିଛି ଜ଼ିଲ୍ଲା ପ୍ରଶାସନ । ଆଜି ସଟ ଡାଉନ ଯୋଗୁଁ ସମ୍ପୂର୍ଣ୍ଣ ଜନ ଶୂନ୍ୟ ହୋଇପଡିଛି ଭଦ୍ରକ ସହର । ଜୁନ ମାସ ରେ ରାଜ୍ୟସରକାର ଙ୍କ ପକ୍ଷରୁ ସପ୍ତାହ ର ଶନିବାର ଓ ରବିବାର ଦିନ କୁ ସଟଡାଉନ୍‌ ଘୋଷଣା କରାଯାଇଥିଲା । ପରେ ଜୁଲାଇ ମାସ ରେ ରାଜ୍ୟ ସରକାର ଏହି କଟକଣା କୋହଳ କରିବା ପରେ ଜିଲ୍ଲାପ୍ରଶାସନ ସପ୍ତାହ ର ରବିବାର ଦିନକୁ ସଟଡାଉନ୍‌ ଘୋଷଣା କରିଛି । ଏହି ସଟ ଡାଉନ ପ୍ରକ୍ରିୟା କୁ କଡାକଡି ଭାବେ ପାଳନ କରାଯାଉଛି । ପୋଲିସ ପକ୍ଷରୁ ଛକ ମାନଙ୍କରେ ବ୍ୟାରିକେଡ଼ କରାଯିବା ସହ ଲୋକମାନଙ୍କୁ ଯାଞ୍ଚ କରାଯାଇ ସହର ମଧ୍ୟ କୁ ଛଡା ଯାଉଛି ।

ସଟ ଡାଉନ ଯୋଗୁଁ ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସଟ ଡାଉନ ନିୟମକୁ କଡାକଡ଼ି ପାଳନ କରାଯାଉଥିବା ଦେଖିବା ପାଇଁ ମିଳିଛି । ଅନ୍ୟପଟେ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ୁଥିବାରୁ, ପ୍ରଶାସନ କରୋନା କୁ ଚେକ ଦେବା ପାଇଁ ଯଥା ସମ୍ଭବ ପ୍ରୟାସ କରୁଛି । ଜନସାଧାରଣ ଙ୍କୁ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ନିୟମ ମାନିବା ପାଇଁ ଅନୁରୋଧ କରିଛି । ଛୋଟ ପିଲା ଓ ବୟସ୍କ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛି । ଆବଶ୍ୟକତା ନଥିଲେ ବାହାରକୁ ନ ଆସିବା ପାଇଁ ଅପିଲ କରୁଛି ପ୍ରଶାସନ ।

   Related Posts