Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଲୋକେ ଦେଖିଲେ ଗଣଦୁଷ୍କର୍ମର ଭିଡିଓ , ଇଣ୍ଟରନେଟ୍‌ରେ ଏମିତି ଦେଖି ରାଗିଲେ ମନ୍ତ୍ରୀ

24/12/2019 at 7:30 PM

ପ୍ୟାରିସ୍ ୨୪।୧୨: ସୋସିଆଲ ମିଡିଆରେ ଗଣଦୁଷ୍କର୍ମର ଭିଡିଓ ଭାଇରାଲ । ଲୋକେ ଏହାକୁ ବହୁମାତ୍ରାରେ ସେୟାର କରିଛନ୍ତି। କିନ୍ତୁ ସାଧାରଣଲୋକଙ୍କ ଏଭଳି କାରନାମାରେ ଜଣେ ମନ୍ତ୍ରୀ କ୍ଷୁବ୍ଧ । ଭିଡିଓଟି ସୋସିଆଲରେ ମିଡିଆରେ ସେୟାର କରାଯିବା ପରେ ମନ୍ତ୍ରୀ ରାଗିଯାଇ ଏହି ଭିଡିଓକୁ ତୁରନ୍ତ ଡିଲିଟ୍‌ କରିବା ପାଇଁ ଦାବି କରିଛନ୍ତି  । ସୋସିଆଲ ମିଡିଆ ଦ୍ବାରା କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି । ଫ୍ରାନ୍ସର ଏକ ସହରରେ ଦେଖିବାକୁ ମିଳିଛି ଏପରି ଘଟଣା । ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ଦେଖିବା ପରେ ପୋଲିସକୁ ଜଣାଇଥିଲେ ।

ଖବରଅନୁଯାୟୀ , ଏକ ସିଡି ନିକଟରେ ଜଣେ ଯୁବତୀକୁ ଠିଆ ହୋଇଥିବାର ଦେଖି ତାଙ୍କୁ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ ।  ଭିଡିଓରେ ଦୁଇ ଜଣ ଯୁବକ ଯୁବତୀଙ୍କୁ ଧମକାଉଥିବାର ଦେଖିବାକୁ ମିଳିଛି । ଏହାପରେ ଯୁବତୀଙ୍କ ଆକ୍ରମଣ କରୁଛନ୍ତି । ପରେ ଯୁବତୀଙ୍କୁ ସେମାନେ ଦୁଷ୍କର୍ମ କରିଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଛଡାଯାଇଥିବା ପ୍ରାୟ ଏକ ମିନିଟ୍‌ର ଏହି ଭିଡିଓ ନେଇ ରିଆକ୍ସନ ଓ ତାପରେ ପୋଲିସର ଆକ୍ସନ । ଗଣଦୁଷ୍କର୍ମ ଘଟଣାରେ ୧୬ବର୍ଷର ଦୁଇ ବାଳକଙ୍କୁ ପ୍ୟାରିସ୍‌ରେ ଗିରଫ କରାଯାଇଛି ।

ସେପଟେ ଫ୍ରାନ୍ସର ଜଣେ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସେ ଏହି ଭିଡିଓକୁ ଦେଖିଥିଲେ, ତାକୁ ତୁରନ୍ତ ଡିଲିଟ୍‌ କରିବାକୁ ଦାବି କରିଥିଲେ ।  ସୋସିଆଲ ମିଡିଆର ଦୁର୍ବଳତାକୁ ଅପରଧୀ ମାନେ ଜାଣି , ଏହାକୁ ଖରାପ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ସେପଟେ ସୋସିଆଲ୍ ମିଡିଆରେ ଭିଡିଓକୁ ଦେଖି ଖବର ଦେଇଥିବାରୁ ସାଧାରଣଲୋକଙ୍କୁ ପୋଲିସ ଧନ୍ୟବାଦ ଜଣାଇଛି । 

   Related Posts