ଇନ୍ଦୋର ୩୦/୩- ପ୍ରେମିକ ସହ ରହିବାକୁ ସ୍ଵାମୀକୁ ସବୁଦିନ ପାଇଁ ହଟାଇବାକୁ ପଡ଼ିଲା । ନା ମିଳିଲା ସ୍ବାମୀ ସୁଖ ନା ପ୍ରେମିକ ସୁଖ ।କେବଳ ଜେଲର ଚାରିକାନ୍ଥ ଭିତରେ ରହିବା ହେଲା ସାର ।
ଏଭଳି ଘଟଣା ଇନ୍ଦୋରର ଅସରଫୀ ନଗରରେ ଘଟିଥିବା ଜଣାଯାଇଛି । ଫିରୋଜା ନାମକ ଜଣେ ମହିଳା ସ୍ବାମୀସୁଖ ଛାଡ଼ି ପ୍ରେମିକଠାରୁ ସୁଖ ପାଇବାକୁ କରିଛି ଏଭଳି କାମ । ଖାଇବାରେ ନିଦ ବଟିକା ଦେଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ଘଟଣାର ପୋଲିସ କରିଛି ଫର୍ଦ୍ଦାଫାଶ ।
{"id":98636}୩୪ବର୍ଷ ବୟସ୍କ ବବ୍ଲୁ ଥିଲା ଫିରୋଜାର ସ୍ଵାମୀ । ଫିରୋଜା ସହ ସେମିତି କିଛି ସଂପର୍କରେ ଭଟ୍ଟା ପଡ଼ି ନଥିଲା । କିନ୍ତୁ ଦୁଇ ବର୍ଷ ତଳେ ମୁନ୍ନା ନାମକ ଜଣେ ଯୁବକଙ୍କ ସହ ଫିରୋଜାର ପ୍ରେମ ହୋଇଯାଇଥିଲା ।
ଫିରୋଜା ଓ ମୁନ୍ନା କେହି କାହାକୁ ଛାଡ଼ି ରହିପାରୁ ନଥିଲେ । ଫିରୋଜା ସବୁବେଳେ ମୁନ୍ନାକୁ ବାଧ୍ୟ କରୁଥିଲା ନିଜ ପାଖକୁ ନେଇଯିବାକୁ । ମୁନ୍ନା କିନ୍ତୁ ମନ ଦେଇ ନଥିଲା । ଫିରୋଜା ମୁନ୍ନାକୁ ସେଦିନ ଜିଦ୍ ଧରି କହିଥିଲା । ଯଦି ସେ ନ ନିଏ ତାହେଲେ ଆଉ ସଂପର୍କ ରଖିବ ନାହିଁ । ଲୁଚିଛପି ଏମିତି ପ୍ରେମ କରିବାକୁ ପସନ୍ଦ ନୁହେଁ ବୋଲି ଫିରୋଜା କହିଥିଲା ।
{"id":98637}ଶେଷରେ ବାଧ୍ୟହୋଇ ମୁନ୍ନା ଫିରୋଜାକୁ ନେବା ପାଇଁ ପ୍ଲାନ ତିଆରି କଲା । ସେମାନେ ମିଶି ବବ୍ଲୁର ଖାଇବାରେ ନିଦ ବଟିକା ମିଶାଇ ଦେଇଥିଲେ । ବବ୍ଲୁ ଶୋଇଗଲା ପରେ ଧାରୁଆ ଛୁରୀରେ ବବ୍ଲୁର ବେକ କାଟି ଦେଇଥିଲେ । ତା ପରେ ମୁଣିରେ ପୁରାଇ ବଦ୍ରୀ ପଟେଲ ଏରିଆର ଏକ ଫ୍ଲାଟ ନିକଟରେ ପକାଇଦେଇଥିଲେ ।
ପୋଲିସ ଧରିବା ପରେ ହତ୍ୟାର ସବୁ ପ୍ଲାନ ପୋଗ୍ରାମ ଧରାପଡ଼ିଯାଇଥିଲା । ଫିରୋଜା ଓ ମୁନ୍ନା ଏବେ ଜେଲର ଚାରି କାନ୍ଥଭିତରେ ପ୍ରେମର ହିସାବନିକାଶ କରୁଛନ୍ତି ।