Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌ କଲା ପୋଲିସ୍‌: ୨୦ ବାଇକ୍‌ ଜବତ, ୬ ଗିରଫ

17/09/2020 at 5:06 PM

କନ୍ଧମାଳ ୧୭/୦୯:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ୍ ଏକ ବଡ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ କରିଛି । ଏହି ରାକେଟ୍ର ୬ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୦ଟି ଚୋରି ବାଇକ୍ ଜବତ କରିଛି ପୋଲିସ୍‌ । ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ ବୁଧବାର ପୋଲିସ୍ ଗାଡି ଯାଞ୍ଚ କରୁଥିବା ବେଳେ ସନ୍ତୋଷ କୁମାର ମାଝି ନାମକ ଜଣେ ଯୁବକ ନମ୍ବର ବିହୀନ ହିରୋହୋଣ୍ଡା ଗ୍ଳାମର ବାଇକ୍ ଚଳାଇ ଆସୁଥିବା ଦେଖିବାକୁ ପାଇଥିଲା । ପରେ ପୋଲିସ୍ ଗାଡ଼ିକୁ ଅଟକାଇ ଚାଳକକୁ ପଚରା ଉଚରା କରିଥିଲା ।

ପଚରା ଉଚରା ବେଳେ ତାହା ଏକ ଚୋରା ବାଇକ୍ ହୋଇଥିବା ପୋଲିସ୍ ଜାଣିପାରି ଚାଳକକୁ ଥାନାକୁ ଆଣି ଜେରା କରିଥିଲା । ଜେରା ବେଳେ ପୋଲିସ୍ ଏକ ବାଇକ୍ ଚୋରି ରାକେଟର ସନ୍ଧାନ ପାଇଥିଲା । ଉକ୍ତ ଯୁବକ ଠାରୁ ତଥ୍ୟ ପାଇ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରି ରାକେଟ୍‌ର ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦ ଟି ବାଇକ୍ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସନ୍ତୋଷ ମାଝି, ଲିଟୁ ଦିଗାଲ, ଅନନ୍ତ ଦେହୁରୀ,  ଅଙ୍ଗୁର ଦିଗାଲ, ବିଳାସ କହଁର, ଅଭିମନ୍ୟୁ କହଁର । ଅଭିଯୁକ୍ତମାନଙ୍କ ବିରୋଧରେ ୮୦/୨୦୨୦ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି ।

   Related Posts