ହୋଟେଲରୁ ଉଦ୍ଧାର ହେଲେ ୩ଯୁବତୀ ଓ ଦୁଇ ଯୁବକ , ଅନଲାଇନରେ ମୁମ୍ବାଇ ତଥା ଅନ୍ୟାନ ସ୍ଥାନରୁ ଯୁବତୀଙ୍କୁ କରାଯାଉଥିଲା ଡ଼ିଲ୍

Published By : Prameya-News7 Bureau | April 04, 2019 IST

ଯୋଧପୁର ୪/୩- ଦେହ ବ୍ୟବସାୟ ପାଇଁ ଆଉ ଯିବାକୁ ପଡ଼ୁନି କୌଣସି ପଡ଼ା । ଏବେ ଅନଲାଇନରେ ଚାଲୁଛି ଏହି ବ୍ୟବସାୟ । ମନ ପସନ୍ଦର ଝିଅଙ୍କୁ ଭାୟା- ମିଡ଼ିଆରେ ଦେଖି କରିପାରିବ ପସନ୍ଦ … ତା ପରେ ମୂଲଚାଲ । କେଉଁ ହୋଟେଲରେ ମିଳିବ ସୁବିଧା.. ଦେଶୀ ନା ବିଦେଶୀ… ହୁଏ ଫାଇନାଲ । କିନ୍ତୁ ସମୟ ସମୟରେ ଏସବୁ ବି ଖସିଯାଇପାରେ ନାହିଁ ପୋଲିସ ସ୍କାନରରୁ ।

ଏମିତି ଏକ ଘଟଣାରେ ଆଜି ଉଦ୍ଧାର ହୋଇଛନ୍ତି ୩ ଯୁବତୀ ଓ ୨ ଯୁବକ । ଯୋଧପୁରର ରାତାନାଡ଼ା ପୋଲିସ ଆଜି ସକାଳୁ ଅଭୟଗଡ଼ ସ୍ଥିତ ଏକ ହୋଟେଲ ରେଡ଼୍ କରିଥିଲେ ।  ଏହି ସମୟରେ ଅଂସଯତ ଅବସ୍ଥାରେ ଥିବା ୩ଜଣ ଯୁବତୀ ଧରାପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଉଜବେକିସ୍ତାନର ଥିବା ବେଳେ ଜଣେ ମୁମ୍ବାଇ ବୋଲି ଜଣାପଡ଼ିଛି । ଧରାପଡ଼ିଥିବା ୨ଯୁବକ ସମ୍ଭବତଃ ଦଲାଲ ବୋଲି ଜଣାପଡ଼ିଛି । ଦେଶବାହାରୁ ତଥା ଦେଶର ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଏହି ହୋଟେଲକୁ ଆଣି ଦେହବେପାର କରିବା କଥା ପୋଲିସକୁ ମିଳିଛି ଏକ ବଡ଼ ସୁରାକ । ଏହି ଯୁବତୀମାନେ ଦେହବେପାର ପାଇଁ ଆସିଥିଲେ । କୌଣସି ଗରାଖ ଏହି ହୋଟେଲରେ ଥିବାକଥା ପୋଲିସ ହାତରେ କିଛି ପ୍ରମାଣ ନାହିଁ ।

ଗିରଫ ହୋଇଥିବା ଯୁବତୀଙ୍କ ପାଖରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋଲିସ ଉଦ୍ଧାର କରିଛି । ଯୁବତୀଙ୍କୁ ସୁଧାରଗୃହକୁ ପଠାଇଦେବା ସହିତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.