୧୨ ବର୍ଷର ନାବାଳିକାଙ୍କୁ ନର୍ସ ଲୁହାରଡରେ ପିଟିବା ଘଟଣା, ଫେରାର ନର୍ସଙ୍କୁ ଧରିପାରୁନି ପୋଲିସ

Published By : Prameya-News7 Bureau | July 16, 2019 IST

 ରାଉରକେଲା୧୬|୭: ଗରିବ ବୋଲି କ’ଣ ଯିଏ ନାଇଁ ସିଏ ହୁକୁମ୍‌ ଚଳାଇବ । ମନଇଚ୍ଛା ବ୍ୟବହାର କରିବ । ଅତ୍ୟାଚାର କରିବ । ୧୨ବର୍ଷର କୁନି ଝିଅ ପ୍ରତି ବି ଟିକେ ଦୟା ହେଲାନି । ରାଉରକେଲାରେ ଜଣେ ନର୍ସଙ୍କ ଅମଣିଷ ପଣିଆ ଦେଖିଲେ ଆପଣ ବି ଠିକ୍‌ ଏଇ କଥା କହିବେ । ସେପଟେ ନିର୍ଯାତିତ ଝିଅର ଅବସ୍ଥା ଦେଖି ନପାରି କ୍ୟାନ୍‌ସର ପିଡ଼ିତା ମାଆ ମଧ୍ୟ ଆଖିବୁଜିବା ଘଟଣାକୁ ଆହୁରି ସଂଗୀନ୍‌ କରିଛି । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।….

{"id":133761}

ଗଛରେ ଚଢି ପିଜୁଳି ନତୋଳିବାରୁ ୧୨ ବର୍ଷର ଝିଅକୁ ଅକଥନୀୟ ଅତ୍ୟାଚାର। ସବୁବେଳେ ଝିଅଟିକୁ ଘର କାମରେ ଲଗାଉଥିବା ମ୍ୟାଡାମ ପିଜୁଳି ଖାଇବା ନିଶାରେ ଏମିତି କଣ କଲେ। ରାତିରେ ଘରେ ରଖି ଦୁଇ ଖଣ୍ଡ ବିସ୍କୁଟ ଓ ପାଣି ମୁନ୍ଦେ ବଦଳରେ ଲୁହାଛଡରେ ମନ ଇଛା ପିଟିଲେ ମ୍ୟାଡମ। ଏଭଳି ଅମଣିଷ ପଣିଆର ଅଭିଯୋଗ ଆସିଛି  ରାଉରକେଲା ଲାଠିକଟାରୁ । ପେଶାରେ ନର୍ସ ଏଇ ମ୍ୟାଡାମ ହେଉଛନ୍ତି ନନ୍ଦିତା ବାଗ୍‌।ଆଉ ଏପଟେ ୧୫ ଫୁଟର ଏ ହେଉଛି ସେହି ପିଜୁଳି ଗଛ ଯେଉଁ ପିଜୁଳିଗଛକୁ ଚଢାଇବାକୁ ବାଧ୍ୟ କରୁଥିଲେ ମ୍ୟାଡମ ନନ୍ଦିତା। ସକାଳୁ ନାବାଳିକାର ବାପା ମାଆ ଏକଥା ଜାଣିବା ପରେ ଲାଠିକଟା ଥାନାରେ ଅଭିଯୋଗ କରିଥିଲେ ।

{"id":133762}

ଏତିକିରେ ଏହି ଗରିବ ପରିବାରର ଦୁଃଖ ସରିନଥିଲା । ଝିଅର ଏଭଳି ଅବସ୍ଥା ଦେଖି କ୍ୟାନ୍‌ସର ପୀଡ଼ିତା ମାଆ ମଧ୍ୟ ଆଖି ବୁଜିଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଂଚଳରେ ଏକ ସ୍ବେଚ୍ଛାସେବୀ ସଂସ୍ଥା  ସଖୀ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟରର କର୍ମକର୍ତ୍ତାମାନେ ନାବାଳିକା ଝିଅଟିକୁ ଉଦ୍ଧାର କରି ତା’ର ଚିକିତ୍ସା କରାଇଥିଲେ । ହେଲେ ଏଇ ଗରିବ ପରିବାର ପାଇଁ ଏତେ ବଡ଼ ଦୁଃଖର କାରଣ ହୋଇଥିବା  ସଂପୃକ୍ତ ନର୍ସ ନନ୍ଦିତା ବାଗ୍‌କୁ ଏପର୍ଯ୍ୟନ୍ତ ଗିରଫ କରିବାକୁ ସକ୍ଷମ ହୋଇନି ଲାଠିକଟା ପୋଲିସ ।

{"id":134315}

ଏଠି ଜଣେ ନର୍ସ । ଯିଏ ଅନ୍ୟର ସେବା ପାଇଁ ଏଭଳି ଏକ ପ୍ରଫେସନକୁ ବାଛି ନେଇଛନ୍ତି । ସେ ପୁଣି ଜଣେ ଗରିବ ଅସହାୟ ନାବାଳିକା ପ୍ରତି ଏମିତି ନିଷ୍ଠୁର କେମିତି ହୋଇପାରିଲେ ?  ଗରିବ ବୋଲି କ’ଣ ଯିଏ ନାଇଁ ସିଏ ହୁକୁମ୍‌ ଚଳାଇବ । ତାଙ୍କ ପ୍ରତି ଅତ୍ୟାଚାର କରିବ । ଏମିତି ଅମଣିଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନିହାତି ଦରକାର ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.