ଦୁଇ ଦୁଇଟି ମାମଲାର ହତ୍ୟା ଅଭିଯୁକ୍ତଙ୍କ ଟେର୍ ପାଉନି କମିଶନରେଟ୍ ପୁଲିସ
9/11/2019 at 4:46 PM

ଭୁବନେଶ୍ୱର ୦୯।୧୧ – ଦୁଇ ଦୁଇଟି ହତ୍ୟା ମାମଲାର ହତ୍ୟା ଅଭିଯୁକ୍ତ । ପୋଲିସ ହତ୍ୟାକାରୀଙ୍କୁ ଧରିପାରୁନାହିଁନଥିବା ଚର୍ଚ୍ଚା । ଏବେ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ ମନରେ କ୍ଷୋଭ ।

ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁର ହତ୍ୟା ଘଟଣାକୁ ବିତିଲା ଦୁଇଦିନ । ସ୍ପଷ୍ଟ ଦିବା ଲୋକରେ ହତ୍ୟାକାଣ୍ଡ ଭିଆଇ ହତ୍ୟାକାରୀ ମାନେ ଖୋଲା ଆକାଶ ତଳେ ଘୁରି ବୁଲୁଛନ୍ତି । ସେମାନଙ୍କୁ ଧରିବା ତ ଦୁରର କଥା ସେମାନଙ୍କ ସମ୍ପର୍କରେ ଏବେବି କମିସନରେଟ ପୋଲିସ ପାଖରେ କୌଣସି ସୁଚନା ନାହିଁ । ହତ୍ୟାକାରୀ ମାନେ ହତ୍ୟାକାଣ୍ଡ ପରେ ଗଲେ କୁଆଡେ । କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ସହିତ କ୍ୟୁଏଟି ଟିମ ମଧ୍ୟ ଏହି ହତ୍ୟାକାରୀଙ୍କୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଗୁରବାର ସଂଧ୍ୟା ୫ଟାରେ ବାହାଦଲପୁରର ଅନିଲ ମହାନ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଗୁଳିକାଣ୍ଡରେ ଅନିଲର ବାପା ଏବେବି ଗୁଳିମାଡରେ ଆହତ ହୋଇ ଏମ୍ସରେ ଚିକିସ୍ଥିତ ହେଉଛନ୍ତି । ସେହିଭଳି ଏକାମ୍ର କଲେଜ ସମ୍ମୁଖ ଅମରେଶ ହତ୍ୟାଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଛି । ଏହି ହତ୍ୟାକାଣ୍ଡରେ ୧୫ ରୁ ୨୦ ଜଣଙ୍କ ସମ୍ପୃକ୍ତ ରହିଥିବାବେଳେ କମିସନରେଟ ପୋଲିସ ମାତ୍ର ତିନିଜଣଙ୍କୁ ଗିରଫ କରି ଚୁପହୋଇ ବସିପଡିଛି । ତେବେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନାପସନ୍ଦ କରିଛନ୍ତି ପରିବାର ଲୋକେ ।

ରାଜଧାନୀରେ ଅବାଧ ନିଶା କାରବାର ଓ ପିସ୍ତଲ କାରବାର ଯୋଗୁ ଏଭଳି ହତ୍ୟାକାଣ୍ଡ ଘଟୁଥିବା ପୁର୍ବତନ ଡିଜି ଏସ ଏନ ତିୱାରୀ କହିଛନ୍ତି । ନିଶା କାରବାର ବନ୍ଦ କରା ନ ଗଲେ ଆଗକୁ ଏଭଳି ଘଟଣା ବଢିବ ପଛେ କମିବାର ନାଁ ନେବନାହିଁ । ଏପରିକି ବିହାରର ମୁଙ୍ଗେର ହେଉ ଅବା ଝାରଖଣ୍ଡ । ସେହି ଅଞ୍ଚଳରୁ ଚୋରାରେ ପିସ୍ତଲ ଆଣି ଅନ୍ୟାୟାସରେ ଅପରାଧି ବୁଲୁଛନ୍ତି । ସେମାନଙ୍କୁ ଧରିବାପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ କରି ଅପରାଧିମାନଙ୍କୁ ଧରିବାର ଆଶ୍ୟକତା ରହିଛି ବୋଲି ପୁର୍ବତନ ଡିଜି ଏସ ଏନ ତିୱାରୀ ପ୍ରକାଶ କରିଛନ୍ତି ।

ଧଳା ଜହର ସାଙ୍ଗକୁ ପିସ୍ତଲ ବେପାର ଆଉ ତା ସାଙ୍ଗକୁ ହତ୍ୟାକାଣ୍ଡ ପୋଲିସ ଆଖିରୁ ନିଦ ହଜାଇ ଦେଇଛି । ଆଜି ମଧ୍ୟ ଭୁବନେଶ୍ବର ଡିସିପି ଖଣ୍ଡଗିରି ଥାନାକୁ ଯାଇ ଘଟଣା ସମ୍ପର୍କରେ ତର୍ଜମା କରିଛନ୍ତି ।
