ସ୍ପା ସେଣ୍ଟରରେ ଚାଲିଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ୩ ମହିଳା ଉଦ୍ଧାର, ଦୁଇ ଗିରଫ

Published By : Prameya-News7 Bureau | February 04, 2020 IST

ହାଇଦ୍ରାବାଦ ୪।୨: କେପିଏଚବି ପୋଲିସ ଏବଂ ସାଇବରାବାଦ କମିଶନରେଟ୍ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ କରିଛି । ଘଟଣାସ୍ଥଳରୁ ତିନି ଜଣ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ରାକେଟ୍ ଚଳାଇବା ଅଭିଯୋଗରେ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, କେପିଏଚବି କଲୋନୀ ସ୍ଥିତ ଗ୍ଲୋ ଓ୍ବେଲ୍ ଫାମିଲି ସ୍ପା ଏବଂ ସାଲୁନ୍ ସେଣ୍ଟରରେ ପୋଲିସ ଚଢାଉ କରିଥିଲା । ଭେମ୍ପତି ସତୀଶ ଏବଂ ବିଦା ନାଗଲକ୍ଷ୍ମୀ ଦୁଇ ଜଣ ମିଶି ଏହି ସ୍ପାଟିକୁ ଚଳାଉଥିଲେ । କିଛି ଦିନ ହେବା ଏହି ସ୍ପାରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ପୋଲିସ ଚଢାଉ ପାଇଁ ଯୋଜନା ପ୍ରସ୍ତୁତ ଆରମ୍ଭ କରିଥିଲା । ଫଳରେ ରବିବାର ଦିନ ପୋଲିସ ସ୍ପା ସେଣ୍ଟରେ ଚଢାଉ କରିଥିଲା ।

ଚଢାଉ ବେଳେ ପୋଲିସ ୩ଜଣ ଦେହଜୀବୀ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ । ସ୍ପା ଚଳାଉଥିବା ଭେମ୍ପତି ସତୀଶ ଏବଂ ବିଦା ନାଗଲକ୍ଷ୍ମୀଙ୍କୁ ସେହିଠାରୁ ଗିରଫ କରିଥିଲା । ସ୍ପାରେ କାର୍ଯ୍ୟରତ ଅନ୍ୟ ୬ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.