Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଲକ୍ ଡାଉନ୍‌ରେ ସ୍ପା ପାର୍ଲର ଆଢୁଆଳରେ ଚାଲିଥିଲା ସେକ୍ସ ରାକେଟ୍, ଚଢାଉ କରି ୩ଜଣଙ୍କୁ ଗିରଫ କଲା ପୋଲିସ

28/04/2020 at 10:23 AM

ଜାମସେଦପୁର ୨୮।୪: କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍ ଡାଉନ୍ କରାଯାଇଛି । ଏହି ଲକ୍ ଡାଉନ୍ ମେ’ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜରୁରୀ କାମ ନଥିଲେ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଦେଶ ଏଭଳି ସଙ୍କଟ ସହ ସଂଘର୍ଷ କରୁଥିବାବେଳେ ଜାମସେଦପୁରର ଏକ ସ୍ପା ପାର୍ଲର ଆଢୁଆଳରେ ସେକ୍ସ ରାକେଟ୍ ଚାଲିଥିଲା । ଏଠାରେ କୋଲକାତାର ଜଣେ ମହିଳା ଏକ ମାସ ଧରି ଲକ୍ ଡାଉନ୍‌ରେ ଦେହ ବ୍ୟବସାୟ କରୁଥିଲେ ।

ରବିବାର ଦିନ ଜାମସେଦପୁରର ଏକ ତିନି ତାରକା ହୋଟେଲରେ ସ୍ପା ପାର୍ଲରରେ ପୋଲିସ ଚଢାଉ କରିଥିଲା । ସେଠାରେ ସହରର ଧନୀଶ୍ରେଣୀର ଲୋକମାନେ ଆୟାଶୀ କରୁଥିବା ଦେଖିବାକୁ ମିଳିଥିଲା । ସାରା ଦେଶରେ ଯେତେବେଳେ କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଲକ୍ ଡାଉନ୍ ଜାରି ରହିଛି ସେତେବେଳେ ଏମାନେ ଏଭଳି କାମ କରୁଥିଲେ ।

ପୋଲିସ ହୋଟେଲରେ ଦେହ ବ୍ୟବସାୟ କରାଇବା ଯୋଗୁଁ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କ ସମେତ ସଂପୃକ୍ତ ମହିଳାଙ୍କୁ ଜେଲ୍ ପଠାଇଛି । ଅନ୍ୟ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି । ଜିଲ୍ଲା ପୋଲିସ ବିସ୍ତୁପୁର ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଏଠାରେ ଏକ ତିନି ତାରକା ହୋଟେଲରେ ଥିବା ସ୍ପା ପାର୍ଲରରେ ବଡି ମସାଜ କାମ ଚାଲିଥିବା ନେଇ ରବିବାର ସନ୍ଧ୍ୟାରେ ଜିଲ୍ଲା ପୋଲିସକୁ ସୂଚନା ମିଳିଥିଲା । ଯେତେବେଳେ ପୋଲିସ ସେଠାରେ ଚଢାଉ କରିଥିଲା ସେଠାରେ ତିନି ଜଣ ବ୍ୟକ୍ତି ଥିବା ପୋଲିସ ଦେଖିବାକୁ ପାଇଥିଲା । ସେମାନେ ସହରର ନାମୀଦାମୀ ବ୍ୟବସାୟୀ ଥିଲେ ।

ଜାମସେଦପୁର ଏସଏସପି ଅନୁପ ବିରଥରେ କହିଛନ୍ତି ଯେ, ଯେତେବେଳେ ପଚରାଉଚରା କରାଯାଇଥିଲା ସେତେବେଳେ ହୋଟେଲରେ ଏକ ସ୍ପା ପାର୍ଲର ନାଁରେ ଦେହ ବ୍ୟବସାୟ ଚାଲିଥିବା କଥା ସାମ୍ନାକୁ ଆସିଥିଲା । ହୋଟେଲ ମାଲିକ ଏବଂ ମ୍ୟାନେଜର ସହ କୋଲକାତାର ସଂପୃକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି । ଚଢାଉ ପରେ ସେହି ହୋଟେଲକୁ ସିଲ୍ କରିଦେଇଥିଲା ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଜାଣିଥିଲା ଯେ, ହୋଟେଲରେ ମହିଳା ଜଣଙ୍କ ପ୍ରାୟ ଏକ ମାସ ହେବ ରହିଥିଲେ ।

   Related Posts