ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାଶ : ୪ ଅଭିଯୁକ୍ତ ଗିରଫ, ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା ଜବତ

Published By : Prameya-News7 Bureau | July 30, 2020 IST

ବଡବିଲ ୩୦।୭: ଯୋଡ଼। ପୋଲିସକୁ ବଡ଼ ସଫଳତା । ଏକ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଗହଣା ଜବତ କରିଛି ଯୋଡ଼। ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଯୋଡ଼। ମୁଖାର୍ଜୀ ହଟିଂର ଆକାଶ ତନ୍ତୀ, ନେପାଳି ହଟିଂର ରୂପେଶ ନାଏକ ଓରଫ ଟିପ୍ଲି, ଜାଇରା ହଟିଂ ଅଂଚଳର ଏମଡି ଛୋଟୁ ଓରଫ ସାଜିଦ୍ ଏବଂ ଚୋରି ଜିନିଷ କିଣିଥିବା ଆଜାଦବସ୍ତି ଅଂଚଳର କାଳିଚରଣ ମାଝୀ ଓରଫ କାଣ୍ଡେ । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି । ଜବତ ଜିନିଷ ମଧ୍ୟରେ ୨ଟା ସୁନା ଚେନ୍, ୨ଟା ସୁନା ମୁଦି, ସୁନା ଚୁଡ଼ି ୨ ହଳ, ୩ ଟି ମଂଗଳସୁତ୍ର , ୨ ହଳ ରୂପା ଚୁଡ଼ି, ୪ ହଳ ପାଇଁଜ, ରୂପା ଚେନ୍, ୫ଟି ଗୋଡ଼ ମୁଦି, ୨ଟି ରୂପା କଏନ୍, ଗୋଟିଏ ହାତଘଂଟା ଓ ଗୋଟିଏ ମୋବାଇଲ୍ ଫୋନ୍ ଇତ୍ୟାଦି ରହିଛି ।

{"id":307722,"sizeSlug":"large"}

ସୂଚନା ଅନୁଯାୟୀ, ଗତ ଜୁନ୍ ମାସ ୯ ତାରିଖ ବିଳମ୍ବିତ ରାତିରେ, ବନେଇକଳା ବସ୍ତିର ପୁରୁଷୋତମ ବାରିକଙ୍କ ଘରେ ଭଡ଼।ରେ ରହୁଥିବା ସାବରମଲ ବର୍ମ।ଙ୍କ ଘରେ କଳାକନା ବୁଲାଇ ଛୁ ମାରିଥିଲେ ଦୁର୍ବୃତ୍ତ । ସାବରମଲ ବର୍ମ। ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ସତ୍ତ୍ବେ ୪ ଜଣ ଦୁର୍ବୃତ୍ତ ଘରର ସ୍ଲାଇଡିଂ ଝରକା ତାଡ଼ି ଭିତରେ ପଶିଥିଲେ ଏବଂ ଚତୁରତାର ସହିତ ଗହଣା ଓ ଟଙ୍କା ଭର୍ତ୍ତିଥିବା ସୁଟକେସ୍ ଓ ବ୍ୟାଗକୁ ନେଇ ଦୁର୍ବୃତ୍ତମାନେ ଚମ୍ପଟ୍ ମାରିଥିଲେ ବି ଉଭୟ ସ୍ବାମୀସ୍ତ୍ରୀ  କିଛି ବି ଜାଣିପାରି ନଥିଲେ । ତେବେ ସକାଳୁ ଉଠିବା ପରେ ସବୁକିଛି ଚୋରି ହୋଇଥିବା ଜାଣିବାକୁ ପାଇବା ପରେ ଏନେଇ ଯୋଡ଼। ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୫ ଲକ୍ଷ ୪୩ ହଜାର ଟଙ୍କାର ଗହଣା ଓ ନଗଦ ଚୋରି ହୋଇଥିବା ନେଇ ସେ ଦର୍ଶ।ଇଥିଲେ । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.