କରଞ୍ଜିଆ ଉପ-କାରାଗାରରୁ ଫେରାର କଏଦୀ କାଳିଆପାଣିରୁ ଧରାପଡିଲା

Published By : Prameya-News7 Bureau | June 26, 2019 IST

କରଞ୍ଜିଆ ୨୬|୬: ଗତ ୧୬ ତାରିଖରେ କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଭଗବାନ ଟୁଡୁ ନାମକ ଜଣେ କଏଦୀ ଫେରାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଜେଲରଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେପଟେ ଜେଲ୍ କର୍ମଚାରୀ ସୁକାନ୍ତ ବେହେରା ନିଖୋଜ ହେବା ଓ ପରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣାକୁ କରଞ୍ଜିଆ ପୋଲିସ ଚାଲେଞ୍ଜର ସହ ଗ୍ରହଣ କରି ତଦନ୍ତ ଜାରି ରଖିଥିଲା ।

{"id":127355}

ତେବେ ଗତକାଲି ବିଳମ୍ବିତ ରାତିରେ ଫେରାର କଏଦୀ ଭଗବାନ ଟୁଡୁକୁ ଯାଜପୁର ଜିଲ୍ଲାରେ ଥିବା ନିଜ ଗ୍ରାମ କାଳିଆପାଣିରୁ କାବୁକରି କରଞ୍ଜିଆ ଥାନାକୁ ଆଣି ଅଧିକ ପଚରାଉଚରା ପାଇଁ ଅଟକ ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.