Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ପାନ ଦୋକାନରେ ଚାଲିଥିବା ଚୋରା ମଦ କାରବାର, ଦୋକାନ ଭାଙ୍ଗି ବିପୁଳ ମଦ ବୋତଲ ଜବତ କଲା ପୋଲିସ

4/09/2020 at 4:37 PM

ଢେଙ୍କାନାଳ ୦୪।୦୯: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଜୋରନ୍ଦା ଫାଣ୍ଡି ଆମ୍ବପଡା ଛକରେ ଗ୍ରାମବାସୀଙ୍କ ସହାୟତାରେ ଏକ ପାନ ଦୋକାନକୁ ଭାଙ୍ଗି ପୋଲିସ ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ କରିଛି। ହେଲେ ଦୋକାନ ମାଲିକ ଫେରାର ହୋଇ ଯାଇଥିବା ଜଣା ପଡିଛି। ପୋଲିସ କେସ୍ ରୁଜୁ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ପୋଲିସର ଲାଞ୍ଚଖୋର ମନଭାବ କାରଣରୁ କରମୂଳ ଅଂଚଳରେ ଚୋରା ମଦ କାରବାର ବୃଦ୍ଧିପାଉଛି। ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କଲେ ମଧ୍ୟ ପୋଲିସ ଓ ଅବକାରୀ ବାବୁମାନେ ଚୁପ ରହୁଛନ୍ତି । ଫଳରେ ସ୍ଥାନୀୟ ଗ୍ରାମବାସୀ ଏବେ ଏହି ଚୋରା  ମଦ କାରବାର ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଆମ୍ବପଡା ଛକରେ ଏକ ପାନ ଦୋକାନରେ ଚୋରା ମଦ କାରବାର ହେଉଥିବା ଜାଣି ସ୍ଥାନୀୟ ବାସିନ୍ଦା ଗତ ରାତିରେ ଦୋକାନକୁ ଜଗି ରହିଥିଲେ।

ଖବର ପାଇଁ ଗଁନ୍ଦିଆ ତହସିଲଦାର ଘଟଣାସ୍ଥଳକୁ ଆସିବା ପରେ ତାଙ୍କ ଉପସ୍ଥିତିରେ ଗଁନ୍ଦିଆ ପୋଲିସ ଏହି ଦୋକାନ ତାଲା ଭାଙ୍ଗିଥିଲା। ଏହି ଦୋକାନରେ ବିପୁଳ ପରିମାଣରେ ଚୋରା ବିଦେଶୀ ଓ ଦେଶୀ ମଦ ଥିବା ଜଣାପଡିଥିଲା । ପରେ ଏହି ଚୋରାମଦ ସବୁକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି ।ତେବେ ଦୋକାନୀ ମାଲିକ ସ୍ଥାନୀୟ ମକୁନ୍ଦପୁରର ସଞ୍ଜୟ ପଣ୍ଡା ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ମଦ ସବୁକୁ ଜବତ କରି ଏକ ମାମଲା ରୁଜୁ କରିଛି।

   Related Posts