ବାଇକକୁ ଧକ୍କା ଦେଲା ପୋଲିସ ବୋଲେରୋ, ଜିଆରଏସଙ୍କ ମୃତ୍ୟୁ, ମଦ ପିଇ ଗାଡି ଚଲାଉଥିଲେ ପୋଲିସ ଡ୍ରାଇଭର !

Published By : Prameya-News7 Bureau | September 08, 2020 IST

ମାଲକାନଗିରି, ୦୮|୦୯  :   ପୋଲିସ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା।

ସୂଚନାନୁସାରେ, ମଙ୍ଗଳବାର ମାଥିଲି ଥାନାର କିଛି ପୋଲିସ କର୍ମଚାରୀ ମଦ୍ୟପାନ କରି ଏକ ବୋଲେରୋ ଗାଡିରେ ଆସୁଥିଲେ । ସେହି ସମୟରେ ବୋଲେରୋଟି ସାମନାରୁ ଆସୁଥିବା ଏକ ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଆହତଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି  । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନାଏକଗୁଡା ଗ୍ରାମର କାର୍ଯ୍ୟରତ ଜିଆରଏସ ବାଲରାଜୁ ସାହୁ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବୋଲେରୋଟି ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି । ମାଥିଲି  ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.