ନୂଆବର୍ଷରେ ଦେହ ବେପାର ପାଇଁ ରାଜଧାନୀରେ ସକ୍ରିୟ ହେଲେଣି ବିଦେଶୀ ଓ ବଙ୍ଗୀୟ ଯୁବତୀ, ପୋଲିସ ପ୍ରସ୍ତୁତ କଲା ବ୍ଲୁ ପ୍ରିଣ୍ଟ
21/12/2018 at 7:38 PM

ଭୁବନେଶ୍ବର ୨୧|୧୨: ନୂଆ ବର୍ଷକୁ ନଜରରେ ରଖି ସକ୍ରିୟ ହେଲେଣି ଦେହ ଦଲାଲ୍ । ରାଜଧାନୀରେ ବେପାର ବଢ଼ାଇବାକୁ ଆମଦାନୀ ହେଲେଣି ବିଦେଶୀ ଓ ବଙ୍ଗୀୟ ଯୁବତୀ । ବିଭିନ୍ନ ଭଡ଼ା ଘର ଓ ହୋଟେଲରେ ଦେହ କାରବାର ଜମାଇ ବେଶ୍ ମୋଟା ଅଙ୍କର ମାଲ କମାଇବାକୁ ପାଗ ଭିଡ଼ିଲେଣି ଦଲାଲ୍ । ସେପଟେ ଦେହ ଦଲାଲଙ୍କ ସବୁ କାରସାଦି ଉପରେ ନଜର ରଖିଛି କମିଶନରେଟ୍ ପୋଲିସ । ରାଜଧାନୀରେ ଦେହ ବେପାର ଉପରେ ରୋକ୍ ଲଗାଇବାକୁ ପୋଲିସ ତିଆରି କରିଛି ବ୍ଲୁ-ପ୍ରିଣ୍ଟ୍ । ଭୁବନେଶ୍ବର ଉପକଣ୍ଠ ନୂଆଗାଁ, ଘଟିକିଆା, କଳିଙ୍ଗ ବିହାର, ସୁନ୍ଦରପଦା, ଧଉଳି, ସତ୍ୟ ବିହାର, ଚକେଇସିଆଣି, ରଘୁନାଥପୁର, ନନ୍ଦନକାନନ ଆଦି ଅଂଚଳରେ ଥିବା ନିକାଞ୍ଚନ ଘର ଓ ଆପାର୍ଟମେଣ୍ଟଗୁଡ଼ିକ ଉପରେ ନଜର ରଖିବ ପୋଲିସ । ସୂଚନା ମିଳିବା ମାତ୍ରେ ଚଢ଼ଉ କରିବାକୁ ସବୁ ଥାନାକୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ।