Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସୀମା ଟପିଲା ବର୍ବରତା: ସଂକ୍ରମିତଙ୍କୁ ନିର୍ଦ୍ଦୟଭାବେ ପିଟିଲା ପୋଲିସ, ବାଦ୍ ପଡିଲେନି ପରିବାର

12/04/2021 at 11:03 AM

ମଧ୍ୟପ୍ରଦେଶ ୧୨/୪: ମଧ୍ୟପ୍ରଦେଶରେ ସବୁ ସୀମା ଟପିଗଲା ବର୍ବରତା । ଖଣ୍ଡଓ୍ୱାରେ କରୋନା ପୀଡିତଙ୍କୁ ନିର୍ଦ୍ଧୁମ ପିଟିଲା ପୋଲିସ । ଏମିତିକି ସଂକ୍ରମିତଙ୍କ ପରିବାର ଲୋକ ବି ବାଦ ପଡିନଥିଲେ ପୋଲିସ ମାଡରୁ ।  ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଜୋରଦାର ଚର୍ଚ୍ଚା ହେଉଛି । ଏପରିକି ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜଣେ ୨୦ ବର୍ଷୀୟ କୋଭିଡ ସଂକ୍ରମିତ ଯୁବକଙ୍କୁ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ୍ ଯାଇଥିଲା । ହେଲେ ପରିବାର ଲୋକେ ଯୁବକଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଙ୍ଗରେ ନେବାକୁ ଅନୁମତି ଦେଇନଥିଲେ । ତେବେ ଏହାକୁ ନେଇ ପରିବାର ଲୋକଙ୍କ ସହ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା କଟାକଟି ହୋଇଥିଲା । ପରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପରିବାର ଲୋକେ ସ୍ୱାସ୍ଥ୍ୟବିଭାଗ ଟିମକୁ ଆକ୍ରମଣ କରିଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାରପିଟ୍ ଆରମ୍ଭ କରିଦେଇଥିଲା ।

କୋଭିଡ ସଂକ୍ରମିତକୁ ଖୁବ ଜୋରରେ ପିଟିବାରୁ ପରିବାର ଲୋକେ ବଞ୍ଚାଇବାକୁ ଆଗେଇ ଆସିଥିଲେ । ହେଲେ ପୋଲିସ ସେମାନଙ୍କୁ ମଧ୍ୟ ଛାଡିନଥିଲା । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାଖନ ଥାନା ପ୍ରଭାରୀ । ସେ କହିଛନ୍ତି ଆମର କୌଣସି ତ୍ରୁଟି ନଥିଲା । ଆମ କର୍ମଚାରୀମାନେ ଏତଲା ପରେ ସେଠାକୁ ଯାଇଥିଲେ । ସେମାନେ ଆକ୍ରମଣରେ ଆମର ମଧ୍ୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେବେ ଏସପି କହିଛନ୍ତି ଘଟଣାର ଯାଞ୍ଚ ଚାଲିଛି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

   Related Posts