Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ହିରୋ ବନି ଗଲେ ପୁଲିସ ଅଧିକାରୀ, ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ପରେ- କେଉଁଠି ଗୋଲାପ ବର୍ଷା ତ କେଉଁଠି ପୋଲିସକୁ ମିଠା ଖୁଆଉଛନ୍ତି ଜନତା

6/12/2019 at 8:32 PM

ହାଇଦ୍ରାବାଦ – ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ପରେ ତେଲେଙ୍ଗାନା ପୋଲିସ ଜିନ୍ଦାବାଦ ନାରାରେ କମ୍ପୁଛି ହାଇଦ୍ରାବାଦ । କେଉଁଠି ଗୋଲାପ ବର୍ଷା ତ କେଉଁଠି ପୋଲିସକୁ ମିଠା ଖୁଆଉଛନ୍ତି ଜନତା । କୃତଜ୍ଞତା ଜାହିର କରୁଛନ୍ତି, ପ୍ରଶଂସାରେ ପୋତି ପକାଉଛନ୍ତି । ଦେଶବ୍ୟାପୀ ଛୁଟୁଛି ପ୍ରଶଂସାର ସୁଅ । ପୂର୍ବରୁ ପୋଲିସକୁ ବୋଧହୁଏ ଏମିତି ପ୍ରଶଂସା ମିଳିବା, ହିରୋଭାବେ ଚିତ୍ରଣ କରାଯିବାର ଏମିତି ନଜିର ଦେଖିବାକୁ ମିଳିନଥିଲା ।  

ଗଣବଳାତ୍କାରୀ ଓ ହତ୍ୟା ମାମଲାର ଅଭିଯୁକ୍ତମାନେ ଏନକାଉଣ୍ଟରରେ ନିହତ ହେବା ଖବର ମିଳିବା ପରେ ଚେତନାପାଲି ପୋଲ ନିକଟରେ ହଜାର ହଜାର ଲୋକଙ୍କ ଭିଡ । ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ପୋଲିସ ଉପରକୁ ଫୁଲ ପକାଇ ସ୍ବାଗତ କରିଥିଲେ । ଜିନ୍ଦାବାଦ ନାରା ଦେଇଥିଲେ । ଏ ଦୃଶ୍ୟ ଥିଲା ପୀଡ଼ିତାଙ୍କ ଘର ପାଖର । ଏଠି ମହିଳାମାନେ ପୋଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଏଠି, ଲୋକେ ପୋଲିସକୁ ମିଠା ଖୁଆଇ କୃତଜ୍ଞତା ଜଣାଉଛନ୍ତି । ବାଣ ଫୁଟାଇ, ବାଜା ବଜାଇ ପୋଲିସ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି । ଯେମିତି ହାଇଦ୍ରାବଦାରେ ଚାଲିଛି ବିଜୟ

କେବଳ ହାଇଦ୍ରାବାଦ କାହିଁକି ସାରା ଦେଶରେ ଯେମିତି ଆଶ୍ବସ୍ତି । ଯେମିତି ପୋଲିସ ଉପରେ ଲୋକଙ୍କ ବିଶ୍ବାସ, ଭରସା ବଢି ଯାଇଛି । ଘଟଣା ପୂର୍ବରୁ ଯେଉଁ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠୁଥିଲା, ବାର ଆଡୁ ଛି ଛାକର ହେଉଥିଲା, ଆଇନ ଶୃଖଂଳା ଭୁଶୁଡି ପଡିଛି ବୋଲି କୁହାଯାଉଥିଲା- ସେଇ ପୋଲିସ ଏବେ ହିରୋ ପାଲଟି ଯାଇଛି । ଯାହା ବୟାନ କରୁଛି ଦେଶବାସୀଙ୍କ ମୁଡ୍ । ଏ ଦୃଶ୍ୟ ଥିଲା ଜମ୍ମୁର । ଏଠି ହାତରେ ତ୍ରିରଙ୍ଗା, ବ୍ୟାଣ୍ଡ ବାଜା ବଜାଇ  ସ୍ଲୋଗାନ ଦେଇ ଲୋକେ ପୋଲିସର ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ଦିଲ୍ଲୀ ରୁ ବାରଣାସୀ, ସବୁଠି ସେଲିବ୍ରେସନ୍ । ଲୋକେ ରାସ୍ତାକୁ ଓହ୍ଲାଇ ଦୋଷୀଙ୍କୁ ଯେଭଳି ଦଣ୍ଡ ଦିଆଗଲା ତାହାକୁ ସ୍ବାଗତ କରୁଛନ୍ତି ।

 କେବଳ ସାଧାରଣ ଜନତା ନୁହଁନ୍ତି, ନେତା, ଅଭିନେତା, କ୍ରିଡାବିତ୍ ସମସ୍ତେ ତେଲେଙ୍ଗାନା ପୋଲିସକୁ ପ୍ରଶଂସା କରୁଛନ୍ତି । କିଏ ଟୁଇଟ୍ କରି ତ କିଏ ଖୋଲାଖୋଲି ପ୍ରତିକ୍ରିୟା ଦେଉଛନ୍ତି ।

   Related Posts