ମାସ୍କ ଚେକିଂ ବେଳେ ମହିଳାଙ୍କୁ ପୋଲିସର ମାଡ ! ସ୍ବାମୀ-ସ୍ତ୍ରୀଙ୍କୁ ଘୋସାଡି ପିଟିଲା ପୋଲିସ, ପୁଅକୁ ଧରି ଧାରଣା

Published By : Prameya-News7 Bureau | October 12, 2020 IST

ନିଆଳି ୧୨।୧୦: ମାସ୍କ ଚେକିଂ ବେଳେ ମହିଳାଙ୍କୁ ପୋଲିସର ମାଡ ଅଭିଯୋଗ । ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁର ଛକରେ ମାସ୍କ ଚେକିଂ ବେଳେ ଓଲଟପୁର ପୋଲିସ ପକ୍ଷରୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସଂଧ୍ୟା ୬ଟା ବେଳେ ଜଣେ ମହିଳାଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ।

{"id":342819,"sizeSlug":"large"}

ସୂଚନାଯୋଗ୍ୟ ଯେ, ତଣ୍ଡିକଣା କାଳିଆଗର ଗାଁର ମାନସ ସେଠୀ ତାଙ୍କ ସ୍ତ୍ରୀ ଓ ପୁଅଙ୍କୁ ନେଇ ବାଇକ୍ ଯୋଗେ ଅଡଶପୁର ମେଡିକାଲ ଯାଉଥିଲେ । ସେହି ସମୟରେ ମହିଳା ଜଣଙ୍କ ମୁହଁରେ ଲୁଗା ବାନ୍ଧିଥିଲେ । ତଥାପି ପୋଲିସ ମାସ୍କ ପାଇଁ ଫାଇନ କାଟିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

{"id":342818,"sizeSlug":"large"}

ପୋଲିସ ମାଡ ମାରି ସ୍ଵାମୀ-ସ୍ତ୍ରୀଙ୍କୁ ଭୋସାରି ଭ୍ୟାନରେ ଭର୍ତ୍ତି କରିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସକୁ ଘେରାଓ କରି ରାସ୍ତା ଅବରୋଧ କରିଛନ୍ତି । ମହିଳା ଜଣଙ୍କ ପୁଅକୁ ଧରି ରାସ୍ତା ମଝିରେ ଧାରଣା ଦେଇଥିଲେ । ସ୍ଥାନୀୟ ଲୋକଙ୍କ ଘେରାବନ୍ଦୀରେ ପୋଲିସ ରହିଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.