Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କ୍ଷୀର ଭ୍ୟାନ୍‌ ଡ୍ରାଇଭରଙ୍କୁ ପାଇପ୍‌ରେ ପିଟିଲେ ପୋଲିସ୍‌ ବାବୁ, ଭିଡିଓ ଭାଇରାଲ

21/07/2020 at 3:31 PM

ବାଲିଗୁଡା୨୧/୭: ବିଚ୍‌ ରାସ୍ତାରେ କ୍ଷୀର ଭ୍ୟାନ୍‌ ଡ୍ରାଇଭରଙ୍କୁ ମାଡ଼ ମାରିଲେ ପୋଲିସ୍‌ ବାବୁ। ଏହି ମାଡ଼ ମରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ସେହି ଡ୍ରାଇଭରଙ୍କୁ ପୋଲିସ୍‌ ପ୍ଳାଷ୍ଟିକ ପାଇପ୍‌ରେ ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।  ଅତ୍ୟାବଶ୍ୟକ ସାମାଗ୍ରୀ ଅର୍ଥାତ ଓମଫେଡ୍‌ ଗାଡିର ଡ୍ରାଇଭରଙ୍କୁ ପୋଲିସ୍‌ ମାଡ ମାରିବା ଘଟଣାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ନିନ୍ଦା କରିଛନ୍ତି।

 ରାଇକିଆ ଥାନାରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ରାଜେଶ ଶ୍ରୀ ଚନ୍ଦନ ପ୍ଳାଷ୍ଟିକ ପାଇପ୍‌ରେ ଡ୍ରାଇଭରଙ୍କୁ ପିଟୁଥିବା ଦୃଶ୍ୟ ଭାଇରାଲ ଭିଡିଓରେ ରହିଛି। ଭିଡ଼ିଓଟି ଦଶ ଦିନ ତଳର  ବୋଲି ଜଣାପଡିଛି। ଏ ନେଇ ରାଇକିଆ ଥାନା ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି l ଲକଡାଉନ୍‌ ଏବଂ ସଟ୍‌ଡାଉନର ଆଳ ଦେଖାଇ ପୋଲିସ ବିନା ଦୋଷରେ  ସାଧାରଣ ଲୋକଙ୍କୁ ପିଟୁ ଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି l

   Related Posts