ପୁରୀ୨୩/୬: ଆଜି ରଥ ଟଣା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଥିଲା । ଯଦିଓ କର୍ଫ୍ୟୁ ବା ସଟ୍ଡାଉନ୍ ଭଳି ପରିସ୍ଥିତିରେ ପୋଲିସ୍ କିଛି ଜାଗାରେ ଲୋକଙ୍କୁ ଘୋଉଡାଇ ଥିଲା। କିନ୍ତୁ ମେଡିକାଲ୍ ଭିତରେ ପଶି ଡାକ୍ତର, ନର୍ସ ଏବଂ ପାରା ମେଡିକାଲ୍ ଷ୍ଟାଫମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଉଦ୍ୟମ କରିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି।
ମେଡିକାଲ୍ ପରିସରରେ ଯେଉଁଭଳି କୋଭିଡ୍ ଯୋଦ୍ଧାମାନେ ରହୁଛନ୍ତି, ସେହିପରି ଡାକ୍ତରଖାନା ଭିତରେ ଥାଇ ଦର୍ଶନ କରୁଥିବା ବେଳେ ଜଣେ ଡାକ୍ତରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ ପୋଲିସ। ଏହାସହ ତାଙ୍କ ମୋବାଇଲ ମଧ୍ୟ ଭାଙ୍ଗି ଦେଇଥିଲେ। ଏ ପ୍ରସଙ୍ଗକୁ ଗୁରୁତ୍ବ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏଭଳି ଘଟଣା ଦୁଃଖ ଦାୟକ ବୋଲି ସ୍ଥାନୀୟ ଲୋକ କହିଛନ୍ତି।