ସନ୍ଦିଗ୍ଦ ପିଲାଚୋରକୁ ଧରାଇଲେ ଲୋକେ, ପୋଲିସ ମାରିଲା ଗୋଇଠା; ଭିଡିଓ ଭାଇରାଲ

Published By : Prameya-News7 Bureau | December 27, 2018 IST

କଟକ ୨୭|୧୨: କଟକ କୃଷକ ବଜାର ଅଞ୍ଚଳରେ ପିଲା ଚୋର ସନ୍ଦହରେ ଜଣେ ଯୁବକଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ଯୁବକ ଜଣକ ସକାଳୁ ଆସି କୃଷକ ବଜାର ପରିସରରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା।

{"id":67801}

ସ୍ଥାନୀୟ ବାସିନ୍ଦା ପ୍ରଥମେ ତାକୁ କାବୁ କରି ରଖିଥିଲେ ଓ ପରେ ପୋଲିସ ଜିମାରେ ଦେଇଛନ୍ତି ।ତେବେ ଜଣେ ପୋଲିସ ଅଧିକାରୀ ସଂପୃକ୍ତ ଯୁବକଙ୍କୁ ଗୋଇଠା ମାରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବାସିନ୍ଦା ନ ମାରି ଥାନାକୁ ନେବାକୁ ମଧ୍ୟ କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି। ତେବେ ପୋଲିସ ପୂରା ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ ଯୁବକ ଜଣଙ୍କ ପିଲା ଚୋର ନୁହେଁ ବରଂ ଜଣେ ମୋବାଇଲ ଚୋର।

{"id":67802}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.