Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ନିଶାସକ୍ତ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ, ବିଚ୍ ରାସ୍ତାରେ ପୋଲିସକୁ ପିଟିଲେ : ଦେଖନ୍ତୁ ଭିଡିଓ

2/11/2021 at 5:31 PM

ବରଗଡ ୨।୧୧: ବିଚ୍ ରାସ୍ତାରେ ପୋଲିସକୁ ମରଣାନ୍ତକ ଆକ୍ରମଣ କଲେ ନିଶାସକ୍ତ ବ୍ୟକ୍ତି । ଯେଉଁଠି ପୋଲିସ ସୁରକ୍ଷିତ ନୁହନ୍ତି ଜନତା କିପରି ସୁରକ୍ଷିତ ରହିବେ । ଘଟଣାଟି ଘଟିଛି ବରଗଡ଼ ଗାନ୍ଧି ଛକରେ ।

ଉଲ୍ଲେଖଯୋଗ୍ୟ ଯେ, ବିଜେଡିର ଆନ୍ଦୋଳନ ସଭା ଚାଲିଥିବା ବେଳେ ଆନ୍ଦୋଳନ ସ୍ଥଳର କିଛି ଦୂରରେ ନିଶାଖୋର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା । ବୋତଲ ଫଟାଇ ପୋଲିସକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଜଣେ ନିଶାଖୋର ବ୍ୟକ୍ତି । ପୋଲିସକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲା । ପରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଟାଉନ ଥାନାକୁ ନେଇଛି ।

   Related Posts