Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

କିଛି ନବୁଝି ନିର୍ଘାତ ବାଡେଇ ଚାଲିଲେ ପୋଲିସ ବାବୁ, ଖାକି ମାଡରେ ଲହୁ ଲୁହାଣ ଦୁଇ ଭାଇ

11/06/2021 at 10:58 PM

ଭଞ୍ଜନଗର ୧୧।୦୬: କିଛି ନବୁଝି ନିର୍ଘାତ ବାଡେଇ ଚାଲିଲେ ପୋଲିସ ବାବୁ। ଦେଖାଇଲେ ବର୍ଦିର ଦବଙ୍ଗଗିରି। ଏଣେ ଖାକିର ନିର୍ମମ ପ୍ରହାରରେ ଲହୁଲୁହାଣ ହେଲେ ଦୁଇ ଭାଇ। ଏମିତି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଲୋହରା ଖଣ୍ଡି ନଦୀ ପଠା ନିକଟରେ। ପୋଲିସର ଲାଠି ମାଡରେ ଲହୁ ଲୁହାଣ ହୋଇଥିବା ଦୁଇ ଭାଇ ହେଲେ ରବୀନ୍ଦ୍ର ଓ ରମେଶ l

ଦୁଇ ଭାଇ ମା ବିଜୟା ପଟ୍ଟନାୟକ(୮୦)ଙ୍କୁ ଜଗନ୍ନାଥ ପ୍ରସାଦ ଗ୍ରାମରୁ ଏକ ଅଟୋ ଯୋଗେ ଭଞ୍ଜନଗର  ଲୋହରାଖଣ୍ଡିର ଏହି ନଦୀ ପଠାରେ ଆଣି ଶୁଆଇ ଦେଇଥିଲେ l ପ୍ରକୃତରେ ଦୁଇ ପୁଅ କେଉଁ ଉଦେଶ୍ୟରେ ଏପରି କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କିଛି ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଁଛି କିଛି ବୁଝିବା ପୂର୍ବରୁ ଦୁଇ ଭାଇଙ୍କୁ ନିର୍ମମ ଭାବେ ପିଟି ଚାଲିଲେ। ଏହା ପରେ ବୃଦ୍ଧାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକେଲରେ ଭର୍ତ୍ତି କରିଥିଲେl

ପ୍ରକୃତରେ ଏମାନେ ବ୍ରହ୍ମପୁର ନିକଟ ଗୋଳନ୍ଥରା ଅଞ୍ଚଳର ଦୁଇ ଭାଇ ବାହାର ରାଜ୍ୟକୁ ଯାଇ ଭିକ୍ଷା ବୃତ୍ତି କରୁଥିଲେ। ହେଲେ ମା ଜଗନ୍ନାଥ ପ୍ରସାଦ ଗାଁରେ ନିଜ ଝିଅ ଘରେ ରହୁଥିଲେ। ଲକଡାଉନ ପରେ ଦୁଇ ପୁଅ ମଧ୍ୟ ମା ପାଖକୁ ଆସି ରହିଥିଲେ। ହେଲେ ଝିଅର ମଧ୍ୟ ଆର୍ଥିକ ସମ୍ବଳ ନଥିବାରୁ ଏକା ସାଥିରେ ୩ ଜଣଙ୍କୁ ପୋଷି ପାରିବ ନାହିଁ ବୋଲି କହିଥିଲେ। ଏଥିରେ ପରିବାର ମଧ୍ୟରେ ଝଗଡା ହୋଇଥିଲା l ତେଣୁ ଦୁଇ ପୁଅ ଏକ ଅଟୋ ଯୋଗେ ଭଞ୍ଜନଗରରେ ପହଞ୍ଚି କୌଣସି ବୁଦ୍ଧି ବାଟ ନ ପାଇ ଏହି ନଦୀ ପଠା ନିକଟରେ ବୃଦ୍ଧା ମାଙ୍କୁ ଶୁଆଇ ଦେଇଥିଲେ l ତା ପରେ ପୋଲିସ ପହଞ୍ଚି ଦୁଇ ଭାଇଙ୍କୁ ନିର୍ମମ ମାଡ ମାରିଥିଲେ। ପରେ ବୃଦ୍ଧାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

   Related Posts