ଜମିଜମା ବିବାଦର ସମାଧାନ ପାଇଁ ଯାଇ ହଟହଟା, ପୋଲିସ ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | November 04, 2020 IST

ସୋର ୪।୧୧: ଜମିଜମା ବିବାଦର ସମାଧାନ ପାଇଁ ଯାଇଥିବା ପୋଲିସ ହଟହଟା । ପୋଲିସ ଆଗରେ ମାଡ଼ପିଟ ହେବା ସହିତ ପୋଲିସ ମାଡ଼ ମାରିଥିବାର ଭିଡିଓ ଭାଇରାଲ୍‌ ହେଉଛି । ବାଲେଶ୍ବର ଜିଲ୍ଲା ଔପଦା ଥାନା ପରମାନନ୍ଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଗାଁର ମୁକୁନ୍ଦ ନାୟକ ଓ ଉପେନ୍ଦ୍ର ନାୟକ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା । ଏନେଇ ଉଭୟ ପରିବାର ପକ୍ଷରୁ ଔପଦା ଥାନାରେ ଅଭିଯୋଗ ପରେ ପୋଲସ ତଦନ୍ତ ପାଇଁ ସେହି ଗ୍ରାମକୁ ଯାଇଥିବା ବେଳେ ଉପେନ୍ଦ୍ରଙ୍କର ପରିବାର ପକ୍ଷରୁ ପୋଲିସ ଗାଡିକୁ ଅଟକାଇ ଥିଲେ । ପୋଲିସ ଉପସ୍ଥିତରେ ମକୁନ୍ଦଙ୍କର ପରିବାର ଲୋକ ଉପେନ୍ଦ୍ରଙ୍କର ଝିଅକୁ ପୋଲିସ ଆଗରେ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା ।

ଏହାସହ ପୋଲିସ ମଧ୍ୟ ମାଡ଼ ମାରିଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଉପେନ୍ଦ୍ରଙ୍କ ପରିବାର ଏନେଇ ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଔପଦା ଆଇଆଇସିଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.