'୫୦୦ ଦିଅ, ନହେଲେ ୫୦୦୦ ଟଙ୍କା ଫାଇନ କଟିବ', ପୋଲିସ ବାବୁ ମାଗୁଛନ୍ତି ଲାଞ୍ଚ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 04, 2021 IST

ନୟାଗଡ,୦୪/୦୬:  ୫୦୦ ଟଙ୍କା ଲାଞ୍ଚ ଦିଅ ନଚେତ ୫୦୦୦ ଟଙ୍କା ଫାଇନ କଟାଯିବ l ଏଭଳି ଏକ ଲାଞ୍ଚୁଆ ପୋଲିସ ଅଫିସରଙ୍କ  କାରନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି l ଏହି ପୋଲିସ ବାବୁ ଜଣଙ୍କ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ କୁମାର ବେହେରା ।

ଲକଡାଉନ ସମୟରେ ସହରରେ  ମାସ୍କ ଚେକିଂ ସମୟରେ ପାଇପ୍ ଧରି ଲୋକଙ୍କୁ ତାଗିଦ୍ କରୁଥିବା ଏହି ହାବିଲଦାରଙ୍କ ମୁହଁରେ ମାସ୍କ ନଥିବା ଭିଡିଓରେ ଦେଖିବାକୁ ମିଳିଛି ।  ଗତକାଲି ଦଶପଲ୍ଲା   ଦୁର୍ଗା ବଜାରରେ  ମାସ୍କ ଓ ଗାଡି  ଚେକିଙ୍ଗ ସମୟରେ ହାବିଲଦାର ଜଣଙ୍କ ଏଭଳି ବେପରୁଆ ଭାବରେ ବୁଲୁଥିଲେ । ଏହିସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ  ଅଟକାଇ ଗାଡିର କାଗଜପତ୍ର ମାଗିଥିଲେ ବାବୁଜଣଙ୍କ ।  କାଗଜ ପତ୍ର ନଥିବାରୁ  ୫୦୦ ଟଙ୍କା ଦିଅ ନହେଲେ  ୫୦୦୦ ଫାଇନ୍ କାଟି ଦେବି ବୋଲି ଗାଡି ମାଲିକକୁ ଧମକ ଦେଇଥିଲେ ।

wp:html /wp:html

କୌଣସି ଜଣେ ବ୍ୟକ୍ତିଙ୍କ ସାଥିରେ ଫୋନରେ କଥାହେଲା ପରେ ତମେ ଟ୍ରାକ୍ଟର ମାଲିକ ସଂଘର କେହି ନୁହେଁ ତେଣୁ ଟଙ୍କା ଦେଇ ଚାଲିଯା ବୋଲି ଗାଡି ମାଲିକକୁ କହିଥିଲେ ହାବିଲଦାର। ତେବେ ପରବର୍ତ୍ତୀ ସମୟରେ ଥାନା ଅଧିକାରୀ ଏବଂ ତହସିଲ କର୍ମଚାରୀ ଆସି ଗାଡି ମାଲିକଙ୍କୁ ୧୨୫୦୦ଟଙ୍କା ଫାଇନ କରିଥିବା ସୂଚନା ମିଳିଛି । ତେବେ ଭୟରେ ଏ ସମ୍ପର୍କରେ ଗାଡିମାଲିକ ମୁହଁ ଖୋଲିନଥିବାବେଳେ ଘଟଣାର ତଦନ୍ତ କରାଯିବ ଏବଂ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି  ନୟାଗଡ ଅତିରିକ୍ତ ଏସ୍ ପି ଫୋନରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.